ଜଦି ଏନ୍'ତା ହେତା
ଜଦି ଏନ୍'ତା ହେତା
ଗଣିତେ ଚଲତା ଜଦି ଇ ଦୁନିଆଁ,
ଆର୍ ହେଥିଁ ହେତା
ଭାବର୍ ଦିଆନିଆଁ।
ଫେଡାଣ କରତିଁ ତମର୍ ଦୁଖ୍ କେ,
ଆନି ମିସେଇ ଦେତିଁ ମୋର୍ ଭାଗ୍ କେ,
ତମର୍ ଭାଗ୍ ଜେନ୍ ଊନା ହେତା
ଜୁଡି ଦେତିଁ ହେନୁଁ ମୋର୍ ଭାଗର୍ ସୁଖ୍ କେ।
ହସି-ଖୁସି ନେଁ କଟତା
ତମର୍ ସମିୟାଁ,
ଗଣିତେ ଚଲତା ଜଦି ଇ ଦୁନିଆଁ।
ଜଦି ଇ ଜିବନ୍ ସାହିତ୍ୟ ହେତା,
କେତେ କାଣା ମନ୍
ଲେଖି ପକାତା।
ତମର୍ ପଦେ କଥା ବନାତିଁ କବିତା,
ତମର୍ ସାଂଗେ କଥା ନାଟକ୍ ବନତା,
ଅନୁ-ଖନୁଁ ମୁଇଁ ପଢି ଚାଲିଥିତିଁ,
ସଥେ ଜେନତା ପୁରାନ୍-ଭାଗବତ୍-ଗୀତା।
ଜେତେ ଲେଖୁଥିଲେଁ ଭି
ନି ସରତା,
ଜଦି ଇ ଜିବନ୍ ସାହିତ୍ୟ ହେତା।
ହେଇଥିଲେ ଜିବନ୍ ବିଗ୍ୟାନ୍ ବହି,
ସବୁ ହଉଥୁତା
ସେହି କେ ସେହି।
ଲେଖା ହେଇଥିତା ହେନୁଁ ଗୁଟା ଗୁଟା,
"ତମର୍ ହଁସିଥି ମୋର୍ ପୁର୍'ବା ପୁଟା",
"ତମେ ଜଦି ମତେ ବିର୍ଝି ଜେଇଥିବ-
ସେ ସମିୟାଁ ମୋର୍ ଲାଗି ହୁରୁଦ୍ ଫଟା"।
ନାଇଁ ହେତା ଭୁଲ୍
ସବୁ ହେତା ସେହି,
ହେଇଥିଲେ ଜିବନ୍ ବିଗ୍ୟାନ୍ ବହି।