Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Children Stories Others

1.8  

Manoj kumar Maharana

Children Stories Others

ଉପହାସ ନା ପ୍ରେମ

ଉପହାସ ନା ପ୍ରେମ

1 min
190


କୋଇଲି କହେ କୁହୁ କୁହୁ

 ତୁମ ଓଠରେ ଅଛି ମହୁ ।

      ବାୟସ କହେ କା କା

      ତୁମେ ମୋ'ର ପ୍ରେମିକା ।

 ବଗ କହେ କୂଅ କୂଅ

 ତୁମେ ମୋତେ ଭଲପାଅ ।

        ପାରା କହେ ଗୁଟୁରୁ ଗୁଁ

        ତୁମ ସ୍ବାମୀ ହେବି କି ମୁଁ ?

କୁକୁଡ଼ା କହେ କୁକୁଡୁ କୁ

 ତୁମକୁ ସ୍ୱପ୍ନେ ଦେଖୁଛି ମୁଁ ।

        ବିଲୁଆ କହେ ହୁକେ ହୁ

        ହେ ପ୍ରିୟା ଆଇ ଲଭ୍ ୟୁ ।

ତଟିନୀ କହେ କୁଳୁ କୁଳୁ

 ତତେ ଭଲ ବରଟେ ମିଳୁ ।

         ପବନ କହେ ସାଇଁ ସାଇଁ

         ତୋ ପରୀ ଗୋରୀ କେହି ନାହିଁ ।

ଭ୍ରମର କହେ ଗୁଣୁ ଗୁଣୁ

 ପ୍ରିୟା ମୋ କଥା ଟିକେ ଶୁଣୁ ।

         କିରା କହେ କିରି କିରି

         ତୁ ନାରୀ ନା ଅପସରୀ ।

ମାଙ୍କଡ କହେ ହୁଁ ହୁଁ

 ପରୀ,ତୁମେ ଆସିଲ କାହୁଁ ।

         ବଳଦ କହେ ହମ୍ବା ହମ୍ବା

         ଚାଲ ତୋ'ର ମୋ'ର ସିନେମା ଯିବା ।

କୁକୁର କହେ ଭୋ ଭୋ

 ତତେ ଦେଖି ବଢି ଯାଏ ମୋ ଲୋଭ ।

         ଛେଳି କହେ ମେଁ ମେଁ

         ତୋ ଫୋଟ ଧରି ମୁଁ ରାତିରେ ଶୁଏ ।

ବିଲେଇ କହେ ମ୍ୟାଉଁ ମ୍ୟାଉଁ

 ମୋତେ ଛାଡ଼ିଦେଇ କୁଆଡେ ଯାଉ ।

          ବେଙ୍ଗ କହେ କେଁ କଟର

          ତତେ ସତରକୁ ମୋତେ ଅଠର ।

ଉଲୁକ କହେ ଯିବି ଯିବି

 ମୁଁ ତୁମକୁ ମୋ ରାଣୀ କରିବି ।

          ହାତୀ କହେ ପେଁ ପେଁ

          ତୋ ଘର ଠିକଣାଟି ମୋତେ ଦେ ।

ମୂଷିକ କହେ ଚିଇଁ ଚିଇଁ

 ତୁମ ବିନା ମୁଁ ପାରୁନାହିଁ ଜୀଇଁ ।

          ଝରଣା କହେ ଝର୍ ଝର୍

          ସଭିଁଙ୍କ କଥାକୁ ତୁ ଗୁଳିମା଼ର୍ ।।



Rate this content
Log in