ବେସୁରା ଗୀତି-୭୫୯
ବେସୁରା ଗୀତି-୭୫୯
ତୁ ତ ସ୍ଵାଧୀନ ବର୍ଷା କାଳ କାଳ ଧରି
ଆମେ କିନ୍ତୁ ପରାଧୀନୁ ଆସିଛୁ ମୁକୁଳି
ବର୍ଷା ଲୋ ତୁ ତ ଇଚ୍ଛାର ମାଲିକ ସର୍ବଦା
ଆମର ତ ଇଚ୍ଛା ବୋଲି କିଛିନାହିଁ
ଆମେ ସବୁ ଚିର ହତଭାଗା ॥
ବର୍ଷା ତୋତେ କେହି ଯଦି କଷ୍ଟ କେବେ ଦିଏ
ତୋ ଆଖିରୁ ନିଆଁ ଝରେ
ସେ ନିଆଁରେ ଏ ଜଗତ ଜଳି ଜଳି ଯାଏ
ସଜଳ ଆଖିରେ ତୋର ଅଗ୍ନିର ସ୍ପୁଲିଙ୍ଗ ॥
ଜଳ ନୁହେଁ ଅଗ୍ନି ବର୍ଷେ
ସଭିଙ୍କର କରେ ସ୍ଵପ୍ନ ଭଙ୍ଗ
ତୁ କଣ ଦେଖିନୁ ବର୍ଷା ଆମ ପରେ
ଅତ୍ୟାଚାର ହେଲେ
ସାରା ଦେଶ ପ୍ରଙ୍କପିତ ହୋଇଯାଏ
କାହାର ସେ ତାତ୍ସଲ୍ୟ ହସରେ ॥
ତୁ ତ ସହିଛୁ ବର୍ଷା
ଏବେ ଏବେ ଆମେବି ସହୁଛୁ
ଆଖି ଲୁହ ପିଇ ପିଇ ଛଳନାର ହସ ବି ହସୁଛୁ
ସେପାଇଁ ବର୍ଷା ତୁ ଆଉ ନିର୍ଦ୍ଦୟ ନହୋଇ
ବର୍ଷି ଯାଆ ସବୁଆଖି ଲୁହ ନେଏ ଧୋଇ ॥