ପୁରୁଷ
ପୁରୁଷ
1 min
192
ଫୁଲର ସୁବାସ
ଫଳରେ ସ୍ୱାଦ
ପକ୍ଷୀ ପରି ମୁକ୍ତ
ମାଟିରୁ ଘଟ
ଆକାଶ ପରି ବ୍ୟାପକ
ଭୂମିର ମୋହ
ଗଛର ମଞ୍ଜିରେ ଶରୀର ଭିତରେ
ହାଡ,ରକ୍ତ ମାଂସ ଭିତରେ
ପବନ ପରି ଜୀବନ ରେ
ପାଣି ଶୋଷ ମେଣ୍ଟିବାରେ
ଅଗ୍ନିର ଶିଖାରେ ଅଦୃଶରେ କି ଦୃଶ୍ୟରେ
ବିରାଜିତ ପୁରୁଷ ।
ନାରୀର ରୂପକୁ
ରମଣୀର ସ୍ୱଭାବକୁ
ମାଆର ମମତାକୁ
ଦୁହିତାର ଧର୍ମକୁ
ଦେଖୁଥାଏ ବି ଜଗିଥାଏ ପୁରୁଷ
କେତେବେଳେ ଅଗ୍ନିରେ ଘୃତ
ବେଳେ ବେଳେ ନିଆଁ ରେ ଜଳ
ବିଶୃଙ୍ଖଳା ଦେଖା ହେଲେ
ହଟିଯାଇଛି ମହିଷାସୁର ପରି ବଳ ।
ଦିନ କି ରାତି
ମଞ୍ଜି କି ଗଛ
ଫୁଲ କି ଫଳ
ଶରୀର କି ପ୍ରାଣ
ପ୍ରକୃତି ର ଦୃଶ୍ୟମାନ
ପୁରୁଷ ର ଦାନ ।