Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2  

Akshayakumar Dash

Others

ବିଦ୍ୟାଳୟ

ବିଦ୍ୟାଳୟ

1 min
7.2K


ବିଦ୍ୟାଳୟ ମତେ ଭଲଲାଗେ ସତେ,

ଆସଇ ନିଇତି ଧାଇଁ

ଖୁସିମନେ ପାଠ ପଢୁଥାଏ ବସି

ଜମାରୁ ‌‌‌ବିରାଗ ନାହିଁ।

ଜୁଇ ଜାଇ ହେନା ସେବତୀ ମାଳତୀ

ମଲ୍ଲୀ କରବୀର ଫୁଲ

କାଠଚମ୍ପା ଗେଣ୍ଡୁ ରଜନୀଗନ୍ଧାରେ

ମହକହି ଇସୁକୁଲ।

ନାରିକେଳ ଗୁଆ ଦେବଦାରୁ ଆମ୍ବ

ବକୁଳ ଗଛର ଛାଇ

ଫୁଲଲତା କେତେ ଜଡ଼ିବୁଟି ମାନ

ବିଦ୍ୟାପୀଠ ହତା ଥାଇ ।

ଆକାଶପରିକାଅସୀମ ଜ୍ଞାନ ର

ଅଧିକାରୀ ବୁଦ୍ଧଦେବ

ଗାନ୍ଧୀ ଗୋପବନ୍ଧୁ ସୁୁୁବାସ ମୂରତି

ଦେଖି ତାଙ୍କପରି ହେବ।

ଗୁରୁଜୀ ଗୁରୁୁୁମା ପରି ବାପା ମା

ଆମ କଡେକଡେ ରହି

ଆଗକୁ ଯିବାକୁ ବାଟକୁ ବତାନ୍ତି

କେତେକଥା ମାନ କହି।

ଆମେ ସବୁ କଢି ବଗିଚାରେବଢି

‌‌‌‌‌‌ମହକେଇଦେବୁ ଜନେ

ସେନେହ ଶରଧା ବାଣ୍ଟିବୁ ସର୍ବଦା

ଥାଇ ବନେ ଉପବନେ ।


Rate this content
Log in