Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀରବତାର ଭାଷା
ନୀରବତାର ଭାଷା
★★★★★

© Jitendriya Behera

Abstract Tragedy

1 Minutes   6.7K    2


Content Ranking

ଆଜିଏ ସଂଞ୍ଜ ଆସିବକି କହ

କାଲି କେଉଁ ତାରିଖରେ

କିମ୍ବା କୁହ ମତେ

ଆଜି ଭଳି ତମେ ଥିବ କି ଉଦାସୀ

ଆଉ କେତେଦିନ ପରେ

କିମ୍ବା ଏ ତୁମର ପୁଞ୍ଜିଭୁତ ଦୁଃଖ

ସରିବନି ଜମା ଦିନେ

କିମ୍ବା ମୁଁ ତୁମର ଆଜି ଭଳି ଆଉ

ସେଦିନ କି ଥିବି ମନେ।

ଆଜି ଭଳି କଣ

ସାଗରର କୂଳ ଅମାନିଆ

ଢେଉ ତୋଳି

ମଥା ପିଟୁଥିବ ତୁମରି ପାଦରେ

ବୁଝିବାକୁ ତାକୁ ଖାଲି

କିମ୍ବା ଆଜି ପରି

ଆକାଶରେ ମେଘ

ରଚିଥିବ ଅଭିସାର

ବୁଝାଇବା ପାଇଁ ତୁମରି ମନକୁ

ଭାଙ୍ଗି ସବୁ ଅଭିମାନ

କିମ୍ବା ଏ ତୁମରି ମୁଦ୍ରିତ ଆଖିରେ

ପରାଜିତ ସ୍ଵପ୍ନ ହୋଇ

ଫେରି ଯାଉଥିବି

ଅତୀତର କୋଳେ

ନଈଟିଏ ହେବା ପାଇଁ।

ଚୁପଚାପ ଯଦି ତୁମେ ବା ଏମିତି

ରହିଯିବ ଚିରକାଳ

ଶୁଣ ପ୍ରିୟତମା

ତୁମ ନୀରବତା

ମୋ ପାଇଁ ତ ବିଷ ଫଳ

ଅଚିରେ ଭାଙ୍ଗିବ

ବିଶ୍ଵାସକୁ ମୋର

ଗଢିଥିଲି ଯାହା ଦିନେ

ହୁଏତ ସେଦିନ

ଭାଙ୍ଗିଗଲା ପରେ

ପକାଇବ ମତେ ମନେ

ମଉନେ ମଉନେ ମନ୍ଥିତ ହେବ

ମରମକୁ ମାରି ମାରି

ନିଜର ଦୁଃଖରେ ହୁଏତ ସେଦିନ

ଯାଉଥିବ ତମେ ଜଳି

ଆସିବ ସେବେଳେ ଧାଇଁ

ତୁମରି ଫେରିବା ବାଟକୁ ହୁଏତ

ରହିଥିବି ମୁହିଁ ଚାହିଁ। 

।। ଜିତେନ୍ଦ୍ରୀୟ ବେହେରା ।।

ଚୁପଚାପ ପ୍ରିୟତମା ବିଶ୍ଵାସ

Rate the content


Originality
Flow
Language
Cover design

Comments

Post


Some text some message..