ବାପା ମାଆ
ବାପା ମାଆ
ପିଲା ଥିବା ବେଳେ କହୁଥିଲ ତୁମେ
ମାଆ ମୋର ମାଆ ମୋର
ଏବେ ବାହାହୋଇ ବଡ଼ ହୋଇଗଲ
କୁହ,,,ମାଆ ତୋର ମାଆ ତୋର
ହେଲେ ଭାବି ଦେଖ ଥରେ ଚିନ୍ତାକର ଥରେ
ମାଆ ହେବ ବା କାହାର
ଜନ୍ମ ଦେଇଥିଲା ବଡ଼ କରିଥିଲା
ଦେଲ ଭଲ ଉପହାର
ତୁମେ ବି ଦିନେ ବୁଢ଼ା ବୁଢ଼ୀ ହେବ
ଏତ ଖେଳ ଅଟେ ନିୟତିର
ତୁମ ପିଲା ନିଶ୍ଚେ ଏମିତି କରିବେ
ପାଇବ ନାହିଁ ନିସ୍ତାର
ଦୁଃଖ ଭୋଗିବାକୁ ଇଚ୍ଛା ନାହିଁ ଯଦି
ଗୋଟିଏ ଉପାୟ କର
ନିଜ ବାପାମା’ ମାନଙ୍କୁ ନିଜ ଘରେ ରଖି
ସେମାନଙ୍କ ସେବାକର
ତୁମ ଛୁଆ ମାନେ ଏସବୁ ଦେଖି
ଶିଖି ହୋଇବେ ଚତୁର
ତୁମେ ଯେତେବେଳେ ବୁଢ଼ାବୁଢ଼ୀ ହେବ
ଛୁଆ କରିବେନି ପର
ସୁଖରେ ରହିବ ଖୁସିରେ ରହିବ
ଦୁଃଖ ହୋଇଯିବ ଦୂର
ସମୟ ଆସିଲେ ବେଳ ବୁଡ଼ିଗଲେ
ଖୁସିରେ ଛାଡ଼ିବ ସଂସାର…..
ନିରଞ୍ଜନ ସାହୁ