Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

A P Subhakanta Samal

Inspirational

2  

A P Subhakanta Samal

Inspirational

ମାଆ

ମାଆ

1 min
6.9K


ଧନ ଦଉଲତ ଲୋଡ଼ା ନାହିଁ ମୋର

ମୋ ପାଖେ ମା ଅଛି,

ଜୀବନ୍ତ ମୂର୍ତ୍ତି ସ୍ନେହ ମମତାର

ପଣତରେ ଖୁସି ଦିଏ ବିଞ୍ଚି।


ଛୋଟପିଲା ବେଳେ କରୁଥିଲି

ଯେତେବେଳେ ବି ମୁଁ ଅଳି,

ଆକଟ କରିଛି ମୋତେ

ଦେଇ ସ୍ନେହବୋଳା ଗାଳି।


ଯଦିକେବେ ରାଗିଯାଏ ମୁଁ

ସେ ମୋତେ ମନାଏ,

ଗାଳି ରେ କନ୍ଦାଏ ପୁଣି

କେବେ ହସାଏ।


କୋଳରେ ଶୁଆଇ କେତେ ଯେ

କାହାଣୀ ସେ କହେ,

ପ୍ରଥମ ଗୁରୁ ରୂପରେ

ଅକ୍ଷର ଶିଖାଏ।


ଆମ ପାଇଁ ଭୁଲିଲା ସେ

ସମୟର ଜ୍ଞାନ,

ଆମ ସଫଳତା ତା 

ପରିଶ୍ରମ ଦାନ।


ଜୀବନ ରେ ଯାଇଛି ଯେବେ

ତା ଠାରୁ ଦୂରେଇ,

ସବୁଥର ସ୍ମୃତି ତାର

ଆଣିଛି ଫେରାଇ।


ଦୁନିଆରେ ଈଶ୍ୱର ଠୁ

ବଡ ଅଟେ ମା,

ଈଶ୍ୱର ବି ଜାଣନ୍ତି ସେ(ମୋ ପାଇଁ)

ତାଙ୍କଠୁ ଅଧିକା।


Rate this content
Log in

Similar oriya poem from Inspirational