କରୁଛି ଗୁହାରୀ
କରୁଛି ଗୁହାରୀ
କଇଁ ହୋଇ,
ମହାନଦୀ କାନ୍ଦୁଅଛି ଛାତିକୁ ଫଟାଇ,
ମାତୃଭାଷା ହିନୀମାନୀ ପରି ତ ରହୁଛି,
ନାରୀଟିଏ ଦୁଷ୍କର୍ମର ଶିକାର ହେଉଛି,
ମାଆ ବାପାଙ୍କର ଦୁଃଖ କହିଲେ ନ ସରେ,
କନ୍ୟା ଭୃଣ ଯେତେ ସବୁ ସଢେ ନର୍ଦ୍ଦମାରେ।
ଚାଷୀ ଆତ୍ମହତ୍ୟା କରେ ଅଭାବରେ ସଢି,
ଉଚ୍ଚଶିକ୍ଷା ପାଇ ବେକାରୀଙ୍କ ସଂଖ୍ୟା ବଢି।
ଚୋରି ଡକାୟତି ଦିନ ଦ୍ଵି ପହରେ ଚାଲୁଥାଏ,
ଦୁର୍ବଳ ଉପରେ ସବଳ ଅତ୍ୟାଚାର ବଢୁଥାଏ।
ଧର୍ମ କର୍ମ ଭୁଲିଯାନ୍ତି ସର୍ବେ ମତ୍ତ ହୋଇ,
ସତ୍ୟ,ନ୍ୟାୟ ସ୍ୱପ୍ନ ଖାଲି ଏଠି ତ ହୁଅଇ।
ଶିକ୍ଷାଳୟ,ଦେବାଳୟ ବାଦ୍ ବି ପଡେନି,
ବଡ ନାରଖାର ହୁଏ ଏ ପ୍ରକୃତି ରାଣୀ।
ସୁଖ ଶାନ୍ତି ରାସ୍ତା ସବୁ ବନ୍ଦ ହୋଇଲାଣି,
ଅଶାନ୍ତ ମଳୟ ସବୁଆଡେ ବ୍ୟାପିଲାଣି।
ଏଥିରୁ ନିସ୍ତାର ପାଇଁ ପଥ ଦିଅ କହି,
ନହେଲେ ସୁନା ସଂସାର ଚୁନା ଯିବ ହୋଇ।
ଜଗତର ନାଥ ତୁମେ ସବୁ ଦେଖୁଅଛ,
ବଡ ଦିଅଁ ହୋଇ କିଆଁ ଏସବୁ ସହୁଛ?
ନ୍ୟାୟାଧୀଶ ହୋଇ ସତ୍ୟ କର ଉତ୍ଥାପନ,
ଧର୍ମର ବିଜୟ ବାନା ଉଡୁ ଚାରି କୋଣ।
ପ୍ରଣତି ମହାପାତ୍ର
ବାଲେଶ୍ଵର