Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

2  

Manas Ranjan Pattanayak

Others

ଶ୍ରୀ ଜୟଦେବ ରସାୟନ

ଶ୍ରୀ ଜୟଦେବ ରସାୟନ

1 min
177



ମାନସ ରଞ୍ଜନ ପଟ୍ଟନାୟକ

------------

ସଂପାଦକ -ମାଟିର ମହକ

ସଭାପତି -ବନ୍ଦନା ସାହିତ୍ୟ ସଂସଦ

ପ୍ରତିଷ୍ଠାତା -ମାନସ ରଞ୍ଜନ ଲାଇବ୍ରେରି

-----------------


ଗୀତିଗୋବିନ୍ଦର ସ୍ରଷ୍ଟା ହେ ମହାନ;

ଯୁଗେ ଯୁଗେ ପାଇଁ ରହିଛ ଅମ୍ଳାନ।


କେମିତି ରଚିଲ କହିବକି ସ୍ବାମୀ ;

ପତ୍ନି ଥିଲେ ତବ ଜଗତଜନନୀ।


ପଦ୍ମାବତୀ ନାମ ହୋଇଥିଲା ସାର;

ମର୍ତ୍ତ୍ୟରେ ଉଡ଼ିଲା ବିଜୟର ଧାର।


ଜଳପାଇଁ ଦିନେ ଆକୂଳ ହୋଇଲେ;

ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିନତି କରିଲେ।


ସମୁଦ୍ରତଟର ବାଲୁକାରେ ବସି ;

ଆରାଧନା କଲେ ପ୍ରଭୁ ହେଲେ ଖୁସି।


ପଦ୍ମାବତୀ ମନେ ମନେ ହେଲେ ରୋଷ;

ପତୀଦେବ ମୋର କି ପାଇବେ ଯଶ।


ମନମଧ୍ୟେ ଉଙ୍କିମାରେ ଭାବଗ୍ରାହୀ ;

ଜୀବନ ଜଞ୍ଜାଳୁ କରିଦିଅ ତ୍ରାହି।


ଚିରଦିନ ପାଇଁ ରହିଲା ସୁବର୍ଣ୍ଣ ;

କୋଟିଓଡ଼ିଆଙ୍କ ହୃଦ ପ୍ରାଣଧନ।


ଗୀତରେ ଗୀତିରେ ସେ ଗୀତିଗୋବିନ୍ଦ;

କେଡେ ମନୋରମ ଅଟେ ତାର ଛାନ୍ଦ।


ଅପୂର୍ବ ରଚନା କରିଲ ବିନ୍ଧାଣୀ ;

ଅମୂଲ୍ୟ ଗ୍ରନ୍ଥର ସ୍ରଷ୍ଟା ସୂରମଣୀ।


ଦୟାମୟ ଦୟାକରିଲେ ତୁମକୁ:

ଲେଖନୀ ମୂନରେ ଜିଣିଲ ବିଶ୍ବକୁ।


କେତେ ରାତିଦିନ କଷ୍ଟେ ବିତିଗଲା ;

ଜଗନ୍ନାଥ ସ୍ବାମୀ କଣ୍ଠରୁ ଆସିଲା।


ବିଭୁଚିନ୍ତା ଘାରି ଗାଇଲା ଲେଖନୀ;

ସାଥଛାଡିଲେନି ତୁମ ପାଟରାଣୀ।


ଗ୍ରନ୍ଥ ରକ୍ଷାପାଇଁ ପ୍ରଭୁ ଆସିଥିଲେ;

ପ୍ରଦେଶର ରଜା ସ୍ତବ୍ଧ ହୋଇଗଲେ।


ଆହାକି ମାଧୂର୍ଯ୍ୟ ରସରଙ୍ଗାୟୀତ;

ଛନ୍ଦେ ଛନ୍ଦେ ଶୋଭା ପାଉଅଛି ପାଦ।


ଅପୂର୍ବ ରଚନା ଅଟେ ସେହି ଗୀତ;

ଶ୍ରବଣେ ତାହାଙ୍କୁ ଆସିଥାଏ ନିଦ।


ଶ୍ୟାମସୂରମଣୀ ପ୍ରଭୁ ରାଧାନାଥ;

ଗୀତିଗୋବିନ୍ଦର ସୂର ପଲ୍ଲବୀତ।


ସଂସ୍କୃତ ଭାଷାରେ ନିତ୍ୟ ଚିରନ୍ତନ ;

ପବିତ୍ର ଗ୍ରନ୍ଥର ପାଦେ ନମୋନମଃ।

*******************

ଠିକଣା -(ନିମବସନ୍ତ ହରିରାଜପୁର ଜଟଣୀ ପୁରୀ )

+++++++++++


Rate this content
Log in