Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ସ୍ମୃତିର ସ୍ୱରୂପ

ସ୍ମୃତିର ସ୍ୱରୂପ

1 min
7.1K


ସ୍ମୃତି ଏକ ଜହ୍ନ ରାତି

ପ୍ରଣୟର ପ୍ରୀତି

ସ୍ମୃତି ବିରହର ତାତି

ଶୂନ୍ୟତାର ଗୀତି ।।

ସ୍ମୃତି ସେ ଯେ ମିଠା ସ୍ପର୍ଶ

ବିତା ଫଗୁଣର

ସ୍ମୃତି ଏକ ନିର୍ଝରିଣୀ

ଅମୃତ ବାରିର ।

ସ୍ମୃତି ଏକ ଉଦବେଳନ

ଅବୁଝା ମନର ।।

ସ୍ମୃତି ଏକ ପଟ୍ଟଚିତ୍ର

ସିକ୍ତ ବେଦନାର ।।

ସ୍ମୃତି ମିଠା ଅନୁଭୁତି

ଶେଷ ଶ୍ରାବଣର ।

ସ୍ମୃତି ମିଥ୍ୟା ପ୍ରତିଶ୍ରୁତି

ଅବ୍ୟକ୍ତ କୋହର ।।

ସ୍ମୃତି ଲେଲିହାନ ଶିଖା

ମଧୁ ବସନ୍ତର ।

ସ୍ମୃତି ମଧୁ ଗୁଞ୍ଜରଣ

ଅଭୁଲା ଫର୍ଦ୍ଦର ।

ସ୍ମୃତି ପ୍ରୀତି ଆମୋଦିତ

ସୁଧାର ଆଗାର ।

ସ୍ମୃତି ଅଲିଭା ଅତୀତ

ଛନ୍ଦା ମଳୟର ।





Rate this content
Log in