ଦୀପଟିଏ ପରି ଦେଉଥିବି
ଦୀପଟିଏ ପରି ଦେଉଥିବି
1 min
193
ତୋଚରଣେ ପ୍ରଭୁ ଦୀପଟିଏ ହୋଇ
ରହିଥିବି ତୋର ପାଖ
ଜଳୁଥିବି ନିତି ନଥିବ ମୋ ଇତି
ସଦା ଥିବି ସମୁଦ୍ୟତ।
ମନ୍ଦିର ଗୁହାରେ ଜଳିଲେ ଅନ୍ଧାରେ
ଆସୁଥିବେ ଭକ୍ତ ଦେଖି
ପାଉଥିବି ସୁଖ ଦେଇ ଦିବ୍ୟାଲୋକ
ଦିବ୍ୟପଣେ କାରୁବାକି।
ଦିଅ ମୋତେ ପ୍ରଭୁ ଏତିକି ସୌଭାଗ୍ୟ
ଥିବି ତୋର ପାଦ ତଳେ
ଲଭିବି ତୋସୁଖ ସାର୍ଥକ ସମ୍ପ୍ରାପ୍ତେ
ଭୁଲିଯିବି ଦୁଃଖ ବଳେ
କର ମୋତେ ପ୍ରଭୁ ଦୀପଟିଏ ପରି
ଦେଉଥିବି ଦିବ୍ୟାଲୋକ
ଦେଉଥିବି ମୁହିଁ ନେଉଥିବୁ ତୁ଼ହି
ନଥିବ ଅନ୍ତରେ ଦୁଃଖ।
ପ୍ରଶାନ୍ତ କୁମାର ହୋତା