Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Romance

2  

Raja Sekhar CH V

Romance

ପ୍ରେମପାଶ

ପ୍ରେମପାଶ

1 min
123


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ସୀମିତ ଜୀବନରେ ବହୁ ମୁଖ୍ୟ ଯେ ପ୍ରଣୟପୂର୍ଣ୍ଣ ପ୍ରେମପାଶ,

ଯାହା ଅସ୍ଥିର ମନ ର ଖୁସି ସାନ୍ତ୍ୱନା ହେତୁ ଅଦ୍ଭୁତରସ ଅମୃତ ପ୍ରାଶ |୧|


ସମସ୍ତେ ଇଚ୍ଚୁକ ପାଇବାକୁ ଏହି ପ୍ରେମ ର ଡୋରି,  

ଜୀବନସାଥୀ ବିନା ଜୀବନରେ ନବରଙ୍ଗ ନବରସ ଭରିବ କିପରି |୨|


ଏକା ଏକା କେତେ ରହିବ ଜୀବନ କାଳେ,

ପ୍ରୀତି ବନ୍ଧନର କଥା ରହିବ କାଳେ କାଳେ |୩|


କେତେ ସୁରମ୍ୟ ଯେ ଶ୍ରୀ ଉମାଶଙ୍କର ଶ୍ରୀସୀତାରାମ ଶ୍ରୀ ଲକ୍ଷ୍ମୀନାରାୟଣ ଙ୍କ ପବିତ୍ର-ବନ୍ଧନ,

ପୁଣି କେତେ ରମ୍ୟ କାମ୍ୟ କୋମ୍ୟ ଯେ ଶ୍ରୀ ରାଧେଶ୍ୟାମ ରୁକ୍ମିଣୀ ଶ୍ୟାମଙ୍କ ପ୍ରେମ ବନ୍ଧନ |୪|


ଚନ୍ଦନ ଚାପ ରେ ଜଣା ପଡ଼େ ମଦନମୋହନଙ୍କ ଶ୍ରୀଦେବୀ ଭୂଦେବୀଙ୍କ ପ୍ରଣୟାଳାପ,

ହେରାପଞ୍ଚମୀ ନୀଳାଦ୍ରି ବିଜେ ଦିନ ଜଣା ପଡ଼େ ମହାଲକ୍ଷ୍ମୀ ଜଗା ଙ୍କ ପ୍ରୀତିକର ସଂଳାପ |୫|


ଦୈନନ୍ଦିନ ଆସୁଥିବ ନୂଆ ନୂଆ ପ୍ରୀତିକର ଅନୁଭବ,

ସଜେଇ ସମ୍ଭାଳି ରଖିବା ସକଳ ଅବିସ୍ମରଣୀୟ ବିଭବ |୬|


କିଛି ଅନୁରାଗପୂର୍ଣ୍ଣ ସୁମଧୁର କଥା ଲାଗେ ବହୁ ସୁଖମୟ,

ଏହି ଅମୁଲ୍ୟ ଆନନ୍ଦପୂର୍ଣ୍ଣ କ୍ଷଣ ର ନାହିଁ କୌଣସି ବିନିମୟ |୭|


ନିଖିଳ ଜଗତ ରେ ସର୍ବଦା ବିଦ୍ୟମାନ ଅଛି ଏହି ପରିମଳ ପୁଲକିତ ପ୍ରଣୟପାଶ,

ଦମ୍ପତିଙ୍କ ପରସ୍ପର ଆସକ୍ତି ଅନୁରକ୍ତି ହେଉଛି ଯୌବନ ଜୀବନ ର ଶ୍ରେଷ୍ଠ ସାର୍ଥକ ସାରାଂଶ |୮|


Rate this content
Log in

Similar oriya poem from Romance