Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Inspirational

3  

Sarada Parida

Inspirational

ଶୋଷ

ଶୋଷ

1 min
14.2K



ବିସ୍ତୀର୍ଣ୍ଣ ଆକାଶ

ନିଶବ୍ଦ ନଈପଠା

ଶ୍ରାବଣରେ କୁଳ ଲଂଘୁଥିବା ନଈ

ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷରତ ||


ଧୁ ଧୁ ଖରାରେ ଗୋଠେ

ଘର ଭୁଲା ଗୋରୁ ପଲ

ହଂସା ଉଡାଉଥିବା ଶୋଷ

ସେପଟେ ନଦୀର ଶେଷ କେତେ ଧାରାକୁ

ଅପହରଣ କରିବାରେ ବ୍ୟସ୍ତ

ସେ ଆମିଷ ଲୋଭୀ ମାନେ ||


ଅସହାୟ ମାଛରଙ୍କା

ବଗ ବଗୁଲି

ପାଣିକୁଆ

ଗେଣ୍ଡାଳିଆ

ଆଉ ପାଣି ମୁନ୍ଦେ ପାଇଁ

ନଈ ଆଡକୁ ଧାଉଁଥିବା ଗାଈଗୋଠ ||


ବାଟ ଭାଙ୍ଗୁଥିବା ମାନବତା

ବୈଶାଖର ତାତିରେ

ଠିକଣା ଖୋଜୁଥିବା ଜୀବନ

ସ୍ପଷ୍ଟ ଦିବାଲୋକେ

ସୈତାନର ଅଟ୍ଟହାସ୍ୟ

ଅଥଚ ଖୋଜାଚାଲିଛି ଦାନବର

ରଙ୍ଗୀନ ଟିଭି ପରଦାରେ ||


ସବୁକିଛି ମୂଲ୍ୟହୀନ

ଠିକ ଏ କବିତାଟା ପରି

ଶେଷକୁ ବଂଚିଥିବ ନଗ୍ନ କୄର

ବୈଶାଖର ଦହନ

ମରୁପ୍ରାୟ ନଦୀ

ଆଉ ଅପୂରଣୀୟ ତୃଷ୍ନା ||



ଶାରଦା


Rate this content
Log in

Similar oriya poem from Inspirational