Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUPRAJIT SAHU

Romance

2  

SUPRAJIT SAHU

Romance

ପ୍ରିୟା

ପ୍ରିୟା

1 min
6.5K


ତୁ ଯୋଉ ହସୁନା !

ଲାଗେ ମନଗଗନରେ ଇନ୍ଦ୍ରଧନୁଟେ ଉଏଁ।

ହୃଦୟ-ବନରେ ମନର ମଇନା

କୁହୂକୁହୂ ଗୀତ ଗାଏ।

ପଲକ ପଡିଲେ ସପନରେ ଆସୁ

ପାଖେପାଖେ ବସୁ

ମତେ ଚାହିଁ ହସୁ

ହେଲେ ପଲକଟା ଯେବେ ଖୋଲିଯାଏ....

ତୁ ହଜିଯାଉ ଲହୁ ହୁଏ ପାଣି

ଦୁଇ ଆଖି ମୋର ଧୋକା ଖାଏ।

ହସରେ ରଖିଛୁ ବାନ୍ଧି ଏ ଜୀବନ

ଛଳଛଳ ନୀଳ- ନୀର ସେ ନୟନ

ଢଳଢଳ ତହିଁ ନଳିନୀ ବଦନ

ସଦା ଏ ମନକୁ ମୋହିନିଏ।


କୋଉ ଜନମର ସ୍ୱୀକୃତି ଥିଲା ପ୍ରିୟା !

ହାତରେଖା ଗଲା ମିଶି,

ଭାଗ୍ୟରେଖା ଗଲା ଦିଶି,

ତୋ'ଭାବନାରେ ଏତେଯେ ଶାନ୍ତ୍ବନା

ତୋ ସାନ୍ନିଧ୍ୟ ଦେବ କେତେ ଆଶ୍ବାସନା

ଦିବା-ବିଭାବରୀ ତୋ'କଥା ଭାବୁଥାଏ।



ସୁପ୍ରଜିତ୍ କୁମାର ସାହୁ

ପୋଲସରା,ଗଂଜାମ


Rate this content
Log in

Similar oriya poem from Romance