Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

4.8  

Dr.Sashi Bhushan Mohapatra

Others

ନିର୍ବାଚନ ଋତୁ

ନିର୍ବାଚନ ଋତୁ

1 min
219


ଡଃ ଶଶୀ ଭୂଷଣ ମହାପାତ୍ର


ବସନ୍ତ ପରେ

ଏଥର ଯୋଡି ହୋଇଛି

ନୂଆ ଏକ ଋତୁ

ନିର୍ବାଚନ ଋତୁ |

ପାଣି ପଗର

ସ୍ଥିରତା ନାହିଁ,

କେତେବେଳେ ଝଡ ଉଠେ

କେବେ ମଳୟ ବହେ

କେବେ ଶାନ୍ତ କେବେ ମୁଖର,

ନିର୍ବାଚନ ହାଟରେ

ଏବେ ଘୋଡା ବେପାର |

ଚୁନା ଚୁନା ସ୍ବପ୍ନ କେବେ

କୃଷ୍ଣଚୂଡ଼ା ରଙ୍ଗ,

କେବେ ସକାଳର

ମଉଳା ଗଙ୍ଗଶିଉଳି ଫୁଲ |

ପାର୍ଥିସବୁ ପୋହଳା ଏଣ୍ଡୁଅ

ଜନତା ବିଶ୍ୱାସର,

ଦଳସବୁ ଫୁଲର ବଗିଚା

କଣ୍ଟା ଗୋଲାପର |


ଅଜସ୍ର ଶବ୍ଦର ଧ୍ୱନିରେ

ଅନେକ ପ୍ରତିଶୃତି

ଉପଲବ୍ଧିର ଅନେକ ତାଲିକା |

ଏରୁତୁରେ ଗଣତନ୍ତ୍ର

ରୁଦ୍ଧିମନ୍ତ ହୁଏ ଭାଷଣରେ,

ଭୋଟର ନୋଟ ନେଇ

ଗଣତନ୍ତ୍ରକୁ ପାଣି ଦିଏ

ଗଣତନ୍ତ୍ର ବଞ୍ଚିଯାଏ,

ଅସଲରେ ପରିବାରବାଦ

ଗଣତନ୍ତ୍ରର ଖୋଳପାରେ

ରାଜତନ୍ତ୍ର ପରି,ନିର୍ବାଚନରେ

ଗଣତନ୍ତ୍ରର ଲଗାମ ଟାଣୁଥାଏ |


ଏବି ଏକ ବଦଳର ଋତୁ

ବସା ଖୋଜିବାର ଋତୁ

ସଂବାଳୁଆରୁ ପ୍ରଜାପତି (ଏମପି)ହୋଇ

ଉଡ଼ିବୁଲିବାର ବେଳ,

ବର୍ଷା ଦେଖି ଛତା ଟେକିବାର ଋତୁ,

ନିମନ୍ତ୍ରଣ,ବିଦାୟ

ମନାନ୍ତର, ମତାନ୍ତର,ରୂପାନ୍ତରର

ଏ ଏକ ସପ୍ତମ ଋତୁ |


ଏ ଋତୁରେ

କାହା ଓଠେ ହସ ଫୁଟେ

ଦେହରେ ତେଲ ଲାଗେ

ହାତ ଚିକ୍କଣ ହୁଏ

ପେଟ କାହାର ବଢେ

ଚାରିଆଡେ ସୁରା ଭାସେ,

ଏ ସବୁକୁ ନିର୍ବାଚନ

ଘଷି ମାଜି ଚିକ୍କଣ କରିଦିଏ

ଭୋଟର ସଚେତନ ନାହିଁ

ଜାଣିବାର ଅଗ୍ରହବି ନଥାଏ

ଜନତା ବୋକା ବନି

ନେତାଙ୍କ ପଛେ ଗୋଡଏ |


ଚାରିଆଡେ ହୋ ହାଲ୍ଲା

ଗଣତନ୍ତ୍ର ଆଜି ବିପଦରେ,

ବଞ୍ଚାଇ ରଖିବାକୁ ହେଲେ

ନିର୍ବାଚନ ଏକ ଶକ୍ତିଶାଳୀ ଅସ୍ତ୍ର

ତା'ଆଗରେ ଭାଇ ବନ୍ଧୁ

ସବୁଖାଲି ବାଲି ଖେଳ|

ନୋଟ ନିଅ,ଭୋଟ ଦିଅ

ସବୁ ଭୁଲିଯାଅ

ଗଣତନ୍ତ୍ର ଜିନ୍ଦାବାଦ

ରାଜତନ୍ତ୍ର ମୁର୍ଦାବାଦ

ଶୋଭାଯାତ୍ରାରେ ନର ଦିଅ

ଏ ଋତୁର ମଜା ନିଅ


******************



Rate this content
Log in