Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

2  

Banali Dash

Others

ପ୍ରିୟ' କୁ ବାର୍ତ୍ତା: ପବନ ସାଥେ

ପ୍ରିୟ' କୁ ବାର୍ତ୍ତା: ପବନ ସାଥେ

1 min
160




ପବନ' କୁ କହିଲିଣି, କାହିଁ କେତେବେଳୁ,

"ଯା' ରେ ଟିକେ ଭାସିଯା' ମୋ' ଧନ' ପାଶେ,

ସାଥେ ନେଇ ଏ ବିରହ ଝଲକ,

ମୋ' ପ୍ରୀତି ର ମହକ,

ଆଉ ମନ ପୂରେଇ ମୋ' ସୁନା' କୁ ଛୁଇଁବୁ;

ମେଞ୍ଚେ ମାଦକତା ଭରି,

ଆଉ ଶୀଘ୍ର ଆଣିଦବୁ ମୋତେ;

ମୋ' ଧନ' ଦେହ ଛୁଆଁ ଉଦ୍ଦାମ ବ୍ୟଗ୍ରତା,

ଆଉ ଦୁଷ୍ଟ ସେ ଚ଼ଗଲା ପଣ ର;

କେତେଟା ଅଫୁରନ୍ତ ଝଲକ"

ହେଲେ...

ଆସିଲାନି ଯେ ସିଏ ଧନ',

ଏବେଯାଏଁ ମୋ' କୁହା କଥା ଗୁଡ଼ା ମାନି,

ଉତ୍ତପ୍ତ ଏ ବ୍ୟଗ୍ର ବିରହେ ବତୁରା ମନ,

କେତେଯେ ଦାଣ୍ଡ ବାଡି଼ଆର ହେଲାଣି..

**********************************



Rate this content
Log in