Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

କେତେ ଭଣ୍ଡ ବାବା ଏ ଦେଶରେ ପ୍ରଭୁ

କେତେ ଭଣ୍ଡ ବାବା ଏ ଦେଶରେ ପ୍ରଭୁ

1 min
6.7K


କେତେ ଭଣ୍ଡ ବାବା ଏ ଦେଶରେ ପ୍ରଭୁ

 

ପର୍ଶୁରାମ ବିଶ୍ୱାଳ

 

ଭାଷା ନାହିଁ ବର୍ଣ୍ଣିବାକୁ ଭଣ୍ଡ ବାବା ଉପଦ୍ରବ ଏଠି ଯାହା

ଭେଳିକି ଲଗାନ୍ତି ମିଛସତ କହି, ଲୋକେ ହୁଅନ୍ତି ବାଇଆ

କୋଟିକୋଟି ଟଙ୍କା ଲୁଟୁଚନ୍ତି ଜଗା

ଚାହିଁଚୁ ଆମେ ଭକୁଆ ।

 

ଦୁର୍ବଳ ମଣିଷ ଭକତି ଭାବନା ସହ ଖେଳ ଗୋଟି ଖେଳି

ଏ ଭଣ୍ଡ ବାବାଙ୍କ ପ୍ରଭାବ ବଢ଼ିଚି, ଦେଖୁଚୁରେ ବନମାଳି

ଲମ୍ବିଯାଇଅଛି ତାଙ୍କରି ସାମ୍ରାଜ୍ୟ

ସହରଠାରୁ ଏ ଗାଆଁ ।

 

ହାତରୁ ବିଭୂତି କେ’ ବାହାର କରେ, କା’ ଗୋଡ଼ରୁ ଝରେ ମହୁ

ସିମେଣ୍ଟ ଗାଈ ବି କ୍ଷୀର ଦେଇପରେ, କି ବାକି ରହିଲା ଆଉ

ବିଭୂତିରୁ କାଳେ ପିଲା ଜନ୍ମ ହୁଏ

ଶୁଣି ଲାଗଇ ଛାନିଆଁ ।

 

ଆଉ କୋଉ ବାବା କୁହୁକ ପୋଥିରେ କହେ ଭବିଷ୍ୟତ ବାଣୀ

ରାସଲୀଳା ବଳି ନରହତ୍ୟା କରି ଟଙ୍କା ସୁନାର ସେ ଖଣି

ଧନୀର ପଦାଙ୍କ ଅନୁସରି ଆଜି

ଗରିବ ହିନିମାନିଆ ।

 

କେ’ ବାବା ବିଦେଶୀ ପଇସା ଲୋଭରେ ଗଢ଼େ ଶିକ୍ଷା ଅନୁଷ୍ଠାନ

ବିଦେଶିନୀ ପ୍ରେମ-ରାଇଜରେ ବୁଲେ, ଖୋଲେ ପୁଣି ଯୋଗାଶ୍ରମ

ସରକାରୀ ଜମି ହଡ଼ପ ସେ କରେ

ନେତାଙ୍କୁ କରି ବାଇଆ ।

 

କେତେ ଭଣ୍ଡ ବାବା ଏ ଦେଶରେ ପ୍ରଭୁ ଦେଖିଲେଣି ମାମୁଁଘର

ଚାଖିଲେଣି ସେଠି ଡାଲମା, ସନ୍ତୁଳା, ରୁଟି, ଭଜା କିପ୍ରକାର

ତେବେ ବି ଚାଲିଚି ଏ ବାବା ରାଜୁତି

ନିରବ କହ ତୁ କିଆଁ ?

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in