Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debabrata Jena

Others

3  

Debabrata Jena

Others

ଆମ ଭୋଗରାଇ

ଆମ ଭୋଗରାଇ

2 mins
911



ସବୁଜ ଶ୍ୟାମଳୀ ସୁଷମା ବନାନୀ

କୋଳେ ମୋ ଜନମ ଭୂଇଁ ।

ବାଲେଶ୍ୱର ଜିଲ୍ଳା ସୀମାନ୍ତ ଇଲାକେ

ନାମ ତାର ଭୋଗରାଇ ।।

ପୁଣ୍ୟ ମହୋଦଧି ବଙ୍ଗୋପସାଗର

ପାଦ ପଦ୍ମ ତା ପଖାଳେ ।

ଉତ୍ତରରେ ବଙ୍ଗ ପ୍ରଦେଶ ତାହାର

ସୀମା ନିର୍ଧାରଣ କରେ ।।

ସ୍ବର୍ଗୀୟ ସୁଷମା ପରିପୂର୍ଣ୍ଣ ଏଠି

ନାମ ତା ଉଦୟପୁର ।

ଦର୍ଶକ ପ୍ରଲୁଭ୍ଦ୍ ଦେଖି ତା ଉପମା

ବେଳାଭୂମି ଓ ସାଗର ।।

ହେନ୍ତାଳ ଓ ବନୀ ବୃକ୍ଷର ସମ୍ଭାରେ

ଦ୍ଵୀପ ସେ ସୁବର୍ଣ୍ଣପୁର ।

ସୁନେଲି କଙ୍କଡା ପୂର୍ଣ୍ଣ ତାଳସାରୀ

ବେଳାଭୂମି ସେ ସ୍ୱର୍ଗର !

ବାଲୂକା ପୂର୍ଣ୍ଣ ତା ଦକ୍ଷିଣ ପ୍ରାନ୍ତର

ନାରିକେଳ ତା ସୌନ୍ଦର୍ଯ୍ୟ ।

ଉତ୍ତର ପ୍ରାନ୍ତର ବନ୍ୟାରେ ପ୍ଲାବିତ

ଖଡି ବାରି ତା ମାଧୁର୍ଯ୍ୟ ।।

ସୁବର୍ଣ୍ଣ ଏ ମାଟି କୋଳେ ପ୍ରବାହିତ

ନାମ ତା ସୁବର୍ଣ୍ଣରେଖା ।

ଓଡ଼ିଆବାସୀଙ୍କ ଭାତ ହାଣ୍ଡି ସାଜେ

ଦାରିଦ୍ର୍ୟ ଜୀବନ ସଖା ।।

ଶକ୍ତିପୀଠ ରୂପେ ପୂଜିତ ହୁଅନ୍ତି

ଠାକୁରାଣୀ ମା ବାସୁଳୀ ।

ଫୁଲବଣୀ ଗ୍ରାମେ ନାଇକାଣୀ ଠାରୁ

କମର୍ଦା ବାର ଦେଉଳି ।।

ଏସିଆର ବଡ଼ ଶିବଲିଙ୍ଗ ଏଠି

ନାମ ତା ଭୁଷଣ୍ଡେଶ୍ଵର ।

ନିରାକାର ପରମଵ୍ରହ୍ମେ ପରିଚିତ

ପ୍ରସିଦ୍ଧ ଚନ୍ଦନେଶ୍ଵର ।।

ଧାନ ,ପାନ ,ମୀନ ପାଇଁ ଖ୍ୟାତି ମାଟି

ଧନ୍ୟ ଆମ ଭୋଗରାଇ ।

ସପ ମସିଣାର ସ୍ବତନ୍ତ୍ର ଚାହିଦା

ସବୁଠୁ ପ୍ରିୟ ମୋ ପାଈଁ ।।

କଥା ସାହିତ୍ୟର ଅକ୍ଷୟ ସମ୍ରାଟ

ପଦ୍ମଶ୍ରୀ ମନୋଜ ନାମ

ଅଗ୍ରଜ ତାଙ୍କର ମନମଥ ବାବୁ

ଐତିହାସିକ ସୁନାମ ।।

କେତେ ଜ୍ଞାନୀ ,ଗୁଣୀ ଜନ୍ମିତ ଏ ମାଟି

କଳା ସଂସ୍କୃତିର ଧାମ ।

ନାଟ୍ୟ ଅଭିନୟ ,ପାଲା ଗାୟଣଠୁ

ଦାସକାଠିଆ ସୁନାମ ।।

ମକର ସଂକ୍ରାନ୍ତି ,ହୋଲି ,ଦୋଳ ସାଥେ

ପ୍ରସିଦ୍ଧ ଚଡକ ପର୍ବ ।

ମେଳା ,ମହୋତ୍ସବ ଯାନି ଯାତେ ସର୍ବେ

ଅନୁଭବନ୍ତି ଗରବ ।।

ସ୍ନେହ ,ପ୍ରେମ, ଶ୍ରଦ୍ଧା ,ନିଷ୍ଠା ଓ ଏକତା

ବନ୍ଧିତ ମୋ ଭିଟାମାଟି ।

ଭାଇଚାରା ,ମାନବିକ ଗୁଣଧାରୀ

କଳା ପ୍ରେମୀ ସବୁ ଏଠି ।।

ଧନ୍ୟ ମୁଁ ମଣଇ ଏ ମାଟିରେ ଜନ୍ମି

ହେଉପଛେ ଏହା ଗ୍ରାମ।

ତା ମିଠା ବାସନା ଭୁଲି ମୁଁ ନ ପାରେ

ଥିଲେ ଥାଉ ଯେତେ କାମ ।।

*ଦେବବ୍ରତ ଜେନା*

*ଭୋଗରାଇ,ବାଲେଶ୍ୱର*

*୯୫୮୩୧୩୮୫୩୩*



Rate this content
Log in