Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Abstract Others

5.0  

Bikesh Sahu

Abstract Others

ସ୍ଵପ୍ନ

ସ୍ଵପ୍ନ

1 min
226


ମୋତେ ଯଦି କିଏ ପଚାରେ

ସ୍ଵପ୍ନର ସଂଜ୍ଞା ।

ମୁଁ କହିବି

ସ୍ଵପ୍ନ କେବଳ ଗୋଟେ ବାହାନା

ଜୀବନକୁ ଜୀଇବାର ।

ସ୍ଵପ୍ନ କେବଳ ଗୋଟେ ପ୍ରତିଫଳନ

ମୋ ଅନିଶ୍ଚିତ ଭବିଷ୍ୟତର

ଯାହା ଉପରେ ହଜାରେ

ପ୍ରଶ୍ନବାଚୀର ପାହାଡ଼ ।

ସ୍ଵପ୍ନ ଗୋଟେ ଅସୁମାରୀ ଲାଜେଇ ଝିଅ

ଯିଏ ପ୍ରତି ରାତିରେ ଆସେ

ଆଉ ଗାଇ ଯାଏ

ଜୀବନର କୋଉ ଗୋଟେ

ଅଜଣା ପୃଷ୍ଠାର ବେସୁରା ଗୀତ ।

ସ୍ଵପ୍ନ କେବେ ଶିଶୁ ହୃଦୟର

ପରିକଳ୍ପିତ ଆକାଶ

ଯୁବକର ସଜ୍ଜୀକୃତ ମଧୁ ଶାଳ

କୃଷକର ସୁନା କ୍ଷେତ

କୁମ୍ଭାରର ପୋଡି ଲାଲ ହେଇ ସାରିଥିବା

ମାଟି ପାତ୍ର

ମାଳୀ ବଗିଚାର ସଜ ଫୁଟା ଗୋଲାପ ।

ସ୍ଵପ୍ନ ହେଇ ପାରେ ଅବାସ୍ତବ

ହେଇ ପାରେ ଅନିଶ୍ଚିତ

ହେଲେ ପ୍ରତିଟି ମଉଳା ଓଠରେ

ସେ ଭରି ଦେଇପାରେ

ଧାରିଏ ତାଜା ହସ ।


Rate this content
Log in

Similar oriya poem from Abstract