Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଆମ ପେଟ ଲାଗି ଦାନାଟି କାହୁଁ ମିଳିବ

ଆମ ପେଟ ଲାଗି ଦାନାଟି କାହୁଁ ମିଳିବ

1 min
13.9K


ଆମ ପେଟ ଲାଗି ଦାନାଟି କାହୁଁ ମିଳିବ

 

ପର୍ଶୁରାମ ବିଶ୍ୱାଳ

 

କହ ଜଗା ଆମ ଦେଢ଼ ଚାଖଣ୍ଡିଆ ମାଟିରାସ୍ତା ଗଲା କାହିଁ

ଯୁଆଡ଼େ ଦେଖୁଚୁ ସବୁଠି ଖାଲିରେ ରାସ୍ତାଟି ସିନା ଢଳେଇ

ଗାଆଁରେ ଉତ୍ତାପ ବଢ଼େ ଦିନୁଦିନ

ବଞ୍ଚିବୁ କେହ୍ନେ କହ୍ନେଇ ?

 

ସହରମୁହାଁ ଏ ଗାଆଁଲୋକ ଆଜି ସେଠି ତ ନାହିଁରେ ସୁଖ

କୋଠାମୟ ଆଉ ଢଳେଇ ପିଚୁରେ ଭରିଅଛି ରାସ୍ତାଯାକ

ରାତି ବାର ଯାକେ ଛଟପଟ ଖାଲି

ଆଖିରେ ନିଦଟି ନାହିଁ ।

 

ଅଣଦେଖା କରି ଚାଷକାମ ଗୋଟି କଳ କାରଖାନା ନିଘା

ବଢ଼େଇଚାଲିଚି ଦୁଃଖଟି ଆମର, ଜଙ୍ଗଲ ହେଉଚି ପଦା

ଧ୍ୱଂସମୁଖୀ ଆଜି ଜୀବଜଗତଟା

ବିଜ୍ଞାନ କରିଚି ବାଇ ।

 

ବିଲବାଡ଼ି ଯେବେ କଳ କାରଖାନା, କୋଠା, ରାସ୍ତା ସବୁ ହବ

ବଞ୍ଚିବା ପାଇଁକି ଆମ ପେଟ ଲାଗି ଦାନାଟି କାହୁଁ ମିଳିବ

କହିଦେ କାଳିଆ, ସବୁ କାମ କରୁ

ସୀମାଟି ନଯାଇ ଡେଇଁ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in