~ ତୁମପାଇଁ ~
~ ତୁମପାଇଁ ~
ମୁଠାଏ ନିଶ୍ଵାସ ଆଞ୍ଜୁଳାଏ ସ୍ଵପ୍ନ
ତୁମେ ସେଦିନ ଓଜାଡି ଦେଇଥିଲ
ମୋର ପ୍ରୀତି ଭିଜା ପାପୁଲିରେ
ଆକଣ୍ଠ ଚିତରେ ମୁଁ ଆପଣେଇ ନେଲି
ମୋ ହୃଦୟ ବନ୍ଦ ସିନ୍ଦୁକରେ ,,,,
ଆଉ ମୋ ହାତକୁ ସମର୍ପି ଦେଇଥିଲି
ତୁମର ବଳିଷ୍ଠ ହାତ ମୁଠାରେ
ତା' ପରେ ଆଉ କେବେ ପଛକୁ ଫେରିନି
ତୁମ ଛବି ଆଜୀବନ ପାଇଁ ଆଙ୍କି ଦେଇଛି
ମୋ ହୃଦୟର କାନ୍ ଭାସ୍ ରେ ....।
ଏଇତ ଜୀବନର ସର୍ପିଳ ରାସ୍ତା
ଯାହା ତୁମ ପାଦ ସହ ଯୋଡିଦେଇଥିଲା ମୋ ପାଦ ଯୁଗଳକୁ
ଆମ ଜୀବନ ର ପ୍ରଥମ ସଞ୍ଜରେ ,,,,
ଶେଫାଳୀ ର ମତୁଆଲା ବାସ୍ନାରେ ଭିଜି
ମୁଁ ମତୁଆଲା ହେଉଥିଲି
ତୁମ ଦେହର ବାସ୍ନା ରେ ......।
ତୁମପାଇଁ କବିତା ଲେଖୁଥିଲି
ତୁମପାଇଁ ସାତସୁରେ ଗୀତ ଗାଉଥିଲି
ପ୍ରୀତିଝରା ମଧୁର କମ୍ପନେ
ତୁମ ଫେରିବା ପଥକୁ ନିତି
ଚାତକ ପରି ଚାହିଁ ରହୁଥିଲି ,,,,
ବେଳେ ବେଳେ ମୁକ୍ତ ଆକାଶର
ଡେଣାଝଡା ବିହଙ୍ଗଟେ ପରି
ତୁମପାଇଁ ପ୍ରୀତିର ଗଜରା ଧରି
ଉଡି ବୁଲୁଥିଲି......।
*****
ମମତା ମଞ୍ଜରୀ ଦାସ ,ନୂଆପଡା ,କଟକ