Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଜୀବନଜଞ୍ଜାଳ

ଜୀବନଜଞ୍ଜାଳ

1 min
6.6K


ସଂଳାପ-୯୭*
 
#ଜୀବନଜଞ୍ଜାଳ***
 
ପ୍ରଜ୍ୟାପ୍ତ ବ୍ୟସ୍ତତା, ଅବିଶ୍ରାନ୍ତ ଦିନ,
ନିଡ଼ ଫେରା ସନ୍ଧ୍ୟା ଆସେ
ରକ୍ତିମ ଆଭା ,କୋକିଳ ତାନ ଶୀତଳ ପବନ ସହ
ଅସ୍ତଗାମୀ ଅରବିନ୍ଦ ଶୋଇପଡେ
ରାତ୍ରି-ରାକ୍ଷାସ ବକ୍ଷରେ
ଅସୀମତାର ଆକାଶ 
ଜାଳି ଅନେକ ଆସନ୍ତାକାଲିର ଆଶା
ମିଞ୍ଜି ମିଞ୍ଜି ତାରାଙ୍କ ଗହଣରେ 
ହସୁଥିବା ଜହ୍ନ ସହ ଦେଇ ଚାଲେ
ପ୍ରତିଶ୍ରୁତି-------------!
ଜୀବନ ଜଡ଼ବତ ଶୋଇପଡେ ସମୟର ଅନ୍ଧାରେ 
ଏବଂ
ନଚିକେତା, 
କବର ତଳୁ କହିଚାଲେ ,
"କାଲି କି କିଏ ? ଦେଖିଛି, ପ୍ରତିଶ୍ରୁତିକୁ କରେ କିଏ ? ବିଶ୍ୱାସ ,
ପ୍ରତିଶୃତି ପାକଳ ହେବା ଦେଖିଛି ବୟସ, ରାତି ବି ପାହିଯାଏ,
ସରିଯାଏ 
ସ୍ୱପ୍ନବିଭୋର,କବର ତଳେ ଜଡ଼ବତ ଶୋଇଥିବା 
ଶରୀରକୁ ଫେରିଯାଏ
ପ୍ରାଣ,
ରାତ୍ରିର ଅଭିସାରିକା 
ରଜନୀଗନ୍ଧା
ବଦଳାଇ ଦିଏ 
ଶୋଇଥିବା ପଲଙ୍କର ଚାଦର,
ଆରମ୍ଭ ହୋଇ ଯାଏ ଚଳଚଞ୍ଚଳ,
ଜୀବନ ଜଞ୍ଜାଳ,
ବସ ଭିଡ଼,ଠେଲା ପେଲା ଭିତରେ 
ହଜିଯାଏ 
ସ୍ୱପ୍ନର ରଜନୀଗନ୍ଧାର 
ସ୍ପର୍ଶ
ଅନିଚ୍ଛା ସତ୍ତ୍ୱେ 
ଛୁଇଁ ଚାଲିଥିବା ସ୍ପର୍ଶକାତର ଅଙ୍ଗ ଗୁଡିକର ଅପରିଚିତଙ୍କ
ସ୍ପର୍ଶ ---------!!
ପ୍ରତୀକ୍ଷା ଚାଲେ 
ଚାଲିବାର 
ନିଡ଼ ଫେରା ସନ୍ଧ୍ୟାର ଆଶା, ଅଭିସାର ଓ ସ୍ୱପ୍ନ ,
କବର ତଳର ଜଡ଼ବତ ଶରୀର-ରାତ୍ରିର ସନ୍ଧ୍ରତାକୁ ହରାଇ ଚାଲେ
ରାକ୍ଷାସତ୍ୱର ଦେବତ୍ୱ ଉପରେ 
ବିଜୟ
ଜୀବନ-ଜଞ୍ଜାଳ -----!!!
 
©®କାଶ୍ୟପ,ରାୟଗଡା


Rate this content
Log in