ସ୍ଵପ୍ନ ତୁମେ
ସ୍ଵପ୍ନ ତୁମେ
ଆଖି ବନ୍ଦ ହେଲା ପରେ
ନିଦ ଛାଇଗଲା ପରେ
ତୁମେ ଆସ ବୋଲି ଶୁଣିଛି ହେ" ସ୍ଵପ୍ନ"!
ଖୋଲା ଆଖି ଅପଲକେ
ଆଶା ଟିକୁ ଧରି ବୁକେ
ତୁମେ ବି ଆସ ଚାଲି,ଜାଣିଛି ହେ "ସ୍ଵପ୍ନ "!
କେବେ ଲାସ୍ୟ ଲବ ଧାରେ
କେବେ ଭାଷ୍ୟ ଭବ ପରେ
ଚିର ଆକାଙ୍କ୍ଷିତ ତୁମେ କିଆଁ ହେ "ସ୍ଵପ୍ନ" ?
ଆଶା ଭରି ପ୍ରତି ପ୍ରାଣେ
ମିଠା ବାସ୍ନା କିଏ ଆଣେ !
କୁହଥରେ କୁହ ମୋ' ସୁନେଲି ସ୍ଵପ୍ନ !
କେବେ ଅର୍ଥ ଅନଟନେ
"ଦିବା ସ୍ଵପ୍ନ" ସୁଗୁଞ୍ଜନେ
ବିଫଳି ଯାଏ ମୁଁ କୁହ କିଆଁ ସ୍ଵପ୍ନ !
ତଥାପି ବଞ୍ଚିଛି ମୁହିଁ
ସାଧନାର ଗୀତ ଗାଇ..
କର୍ମଭୂମେ ନ ଦେଖିବି କେବେ ସ୍ଵପ୍ନ !
କେବେ ତୁମେ ମିଛ ଢେଉ
କେବେ ତୁମେ ଆଶା ମହୁ
ପ୍ରତାରିତ କିଆଁ ହେବି କହ "ସ୍ଵପ୍ନ" !
କର୍ମେ ଜୀଇଁ ଧର୍ମ ବରି
ଫଳେ ଆଶା ପରିହରି
ନ ହୋଇବି କେବେ ମୁହିଁ 'ହୃଦ ଭଗ୍ନ '।।
-ସେଠୀ କାର୍ତ୍ତିକ ଚନ୍ଦ୍ର,
ଚଉମୁଖ ,ବାଲେଶ୍ଵର
ଦୂରଭାଷ-୬୨୮୧୬୯୫୮୯୨