Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ନାରୀ

ନାରୀ

1 min
7.1K



କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ମାୟାବିନୀ ତୁମେ ନାରୀ ! ମାୟାର ମନ୍ତରେ

ପାର ତୁମେ ମରୁ ବୁକେ ନିରତେ ବୁହାଇ

ନିର୍ଝରିଣୀ ଧାରା, ମେଘ ଗଳେ ପାର ତୁମେ

ଦୋହଲାଇ ବରଷାର ମାଳା,ବିଂଛିପାର

ବସନ୍ତ-ମଳୟ-ବାତ ତପ୍ତ ଗ୍ରୀଷ୍ମ ବକ୍ଷେ ।

ହରିପାର ନିମିଷକେ ଅବଶ ପାନ୍ଥର

ଘୋର ଶ୍ରମ ତାପ, ଦିବ୍ୟ ମନ-ବ୍ରଜେ

ପାର ରଚି ରାସଲୀଳା,ଗୋପ ନାରୀ ସମ ।

ନିରିମଳ ହୃଦ-ନଭେ ମହ୍ଲାର ସଙ୍ଗୀତ

ଗାଇପାର ତୁମେ ଛାଇ ନିରାଶା ବାଦଲ ।

ଦୀପକ ରାଗିଣୀ ଗାଇପାର ତୁମେ,ଜାଳି

ଆଶାୟୀ ପ୍ରଣୟୀ-ହିଆ,ନଗ୍ନ ଚିତା ସମ ।

ନାରୀ !

କେଉଁ ଯାଦୁକର ହସ୍ତେ ଗଢ଼ା ତବ ତନୁ,

ମନ,ପ୍ରାଣ ; ବୁଝି ହୁଏ ନାହିଁ ସେ ଅନ୍ତର ।



ସମାପ୍ତ


Rate this content
Log in