Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

2  

Hrushikesh Satpathy

Inspirational

ଆଇନା କେବେ ବି ମିଛ କୁହେ ନାହିଁ

ଆଇନା କେବେ ବି ମିଛ କୁହେ ନାହିଁ

1 min
6.8K


ଆଇନା କେବେ ବି ମିଛ କୁହେ ନାହିଁ

ମୁହଁରେ ମିଛର

ପ୍ରଲେପ ଥାଏ ।


ହୃଦୟ କେବେ ବି ନିଷ୍ଠୁର ହୁଏ ନି

ନିଷ୍ଠୁର ନିଜର

ମନ ହିଁ ହୁଏ ।


ବିବେକ କାହାକୁ ଦଂଶନ କରେନି,

ବରଂ, ବେଳେ ବେଳେ

ଧର୍ଷିତ ହୁଏ ।


ବନ୍ଧୁ କେବେହେଲେ ସଂକୀର୍ଣ୍ଣ ହୁଏନି,

ବନ୍ଧୁ ପାଇଁ ନିଜେ

ଅର୍ପିତ ହୁଏ ।


ସଂଘର୍ଷ କେବେ ବି ବିଫଳ ହୁଏନା,

ଯେବେ ସଂଘର୍ଷର

ସ୍ୱରୂପ ଥାଏ ।


ଉଦ୍ଧେଶ୍ୟ ବିହୀନ ସଂଘର୍ଷ ନିଜକୁ,

ଲକ୍ଷ୍ୟ ନିକଟରୁ

ଦୂରେଇ ନିଏ ।


ସମ୍ମାନ ନିଜର ମର୍ଯ୍ୟାଦା ଭିତରେ

ସଙ୍କୁଚିତ ଭାବେ

ବଳିଷ୍ଠ ରୁହେ ।


ସମ୍ମାନ ପାଇବା,ସମ୍ମାନ ଦେବାରେ

ସାର୍ଥକ ମଣିଷ

ଆନନ୍ଦ ପାଏ ।


Rate this content
Log in

Similar oriya poem from Inspirational