ମା ପରି କିଏ?
ମା ପରି କିଏ?
ପ୍ରତାପ ନାୟକ
୭୦୦୮୦୫୪୨୮୨
ସିଏ ଏକ ସିନ୍ଦୂର ଫରୁଆ
ଦେଇଚାଲିଥାଏ ସଦା
ସୁନ୍ଦର ମହକ ଭରା ସିନ୍ଦୂରର ପ୍ରତିରୂପ
ପ୍ରେମ ବାତ୍ସଲ୍ୟ ମମତା ସେବା ଅବା ନିଖୁଣ ସ୍ନେହାତିତ ସ୍ନେହ......
ଅମର କରିବା ଇଚ୍ଛା ତାର ମାଟି ପିଣ୍ଡୁଳାକୁ ......
ଢିଙ୍କି ଧାନକୂଟାରେ ବି ଗୋଟା ଥନର ଅମୃତ ମେଲିଥାଏ
ତା ରକ୍ତଜବା ପାଇଁ......
ରୁଟି କାଟିକି ପେଟରୁ ଓହଳି ଥାଏ ଓରା ଝୁଲଣାରେ .....
ରଡ ନିଆଁର ଜ୍ୱର ମୁଣ୍ଡେ ପାଣିପଟି ଦେଇଚାଲିଥାଏ ହଉ ସକାଳ.......ଅନିଦ୍ରା ଅାଖିରେ......
ଦାଣ୍ଡର ଧୁଳି ସମ ଗାଳି ଉଡେ ଫରଫର
ଗୋଧୂଳି ଲଗ୍ନରେ.....
ଅମାନିଆଁ ହେଲେ........ଅମାନିଆଁ ହେଲେ
ଯଦି ଉଠିଯାଏ ହାତ କେଉଁ ଅଶୁଭ କୋଣରୁ !
ସେଦିନ ନିର୍ଜଳା ଓପାଷେ ଝରେ ଅଶ୍ରୁଧାର
ଉଣ୍ଡାଳେ ହାତତାର ପିଚା ପିଠି ଗାଲ ....
ନିଦୁଆ ସରାଗ ସେ ତ କୋଳ ବିଛଣାରେ
ଭୁଲି ଯାଇହୁଏ କ୍ରୁର ସମୟକୁ.....
ଛିଣ୍ଡାରେ ସଅକ ତାର.... ପୁରେ ଆଖି ହୃଦ
ପିନ୍ଧୁ ଯେବେ ନୂତନ ପୋଷାକ .....
ଆଉ ଜନ୍ମଦିନ ନିଆରା ତା ପାଇଁ
ଆଉ ଜନ୍ମଦିନ ନିଆରା ତା ପାଇଁ
ଷଠି କଉଡି ଅନେଇଛି ବଲବଲ
ବେଲପତ୍ର ଦୁଦୁରା ଅରଖ ଚଢେ ଶିବ ମଥାନରେ
ନାଁ ନେଇ ଅପାଣିଆ ଦୁଧ
ଢଳାହୁଏ ଲିଂଗର ଉପରେ .......
ସରୁ ଚକୁଳି ଗୁଡରେ ଧୁପ ବୁଲା ହୁଏ,
ବୟସ ବଢେନା ତା ରକ୍ତର
ସହୁଦିନେ ସେଜ ପିଲା ସିଏ .......
ଭୁଲିଛି ସେ ପାଟିସୁଖ ପିନ୍ଧାସୁଖ ଇଚ୍ଛାସୁଖ
ଯେଉଁଦିନୁ ହେଲା ସିଏ......ମାଆ
କେବଳ ସୁଖ ଦେଖେ ସିଏ
ତାର ଅପତ୍ୟ ସୁଖରେ........
ଇଚ୍ଛାତାର .......
ଇଚ୍ଛାତାର ଚାଲି ଯିବ ଅହ୍ୟ ସୁଲଖ୍ୟଣି ହୋଇ ତାଙ୍କରି କାନ୍ଧରେ.....
ମା ସିଏ ......ଅଛି ତା' ସରି କିଏ ?