Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

5.0  

Sadananda Sahoo

Inspirational

ପାପା ତୁମ ସ୍ମୃତି ଭାସେ ମନ ଆକାଶରେ

ପାପା ତୁମ ସ୍ମୃତି ଭାସେ ମନ ଆକାଶରେ

1 min
6.4K


ସୁଖର ସଂସାର ତୁମ ଅବଦାନ

କାହିଁ ଛାଡ଼ି ଗଲ ପାପା ;

ତୁମ ଛବି ଭାସେ ମନଆକାଶରେ

ଅଭୁଲା ଏ ସ୍ମୃତି ଛାପା !!

ସୁଖ ନୀଡ଼ ଗଢି ଗଲ ହେ ବାହୁଡି

କରିନାହଁ ସୁଖ ଭୋଗ ;

ତ୍ୟାଗପୂତ ତୁମ ଜୀବନ ଆଦର୍ଶ

କେ ହବ ତୁମରି ସମ !!

ତୁମ ସମର୍ପଣ ଚିର ହସ ଫୁଲ

ସାଇତି ରଖିଛୁ ଆମ୍ଭେ ;

ଆଉକି ଫେରିବ ତୁମେ ପିତୃଦେବ

ସରଗ ପୁର ରୁ ସତେ !!


ମାଆ ସିନ୍ଥୀ ଖାଲି ଝୁରୁଛି ସେ ନିତି

ବୈଧବ୍ୟ ଯନ୍ତ୍ରଣା ଭୋଗି ;

ପ୍ରୀତିର ସ୍ୱାକ୍ଷର ଥିଲ ତ ଆମର

କାହିଁ ଗଲ ପାପା ରାଗି !!

ଟୁନା ମୁନା କୁନା ସର୍ବେ ଆନମନା

ମାଆ କୁ କରନ୍ତି ପ୍ରଶ୍ନ ;;

ପାପା ଶବ୍ଦ କାହିଁ ହୋଇଛି ନିଃଶବ୍ଦ

ମାନୁ ନାହିଁ ଆମ ମନ !!

ଏ ବଚନ ଶୁଣି ମାଆ ମୋ ବାୟାଣୀ

ହୃଦୟ ରେ ଭରେ କୋହ ;;

ଖୋଲେ ନାହିଁ ତୁଣ୍ଡ ପିଟି ଦିଏ ମୁଣ୍ଡ

ସଂଜ୍ଞାହାରି ଯାଏ ମୋହ !!

ପିତୃ ଆଦ୍ୟ ଗୁରୁ ଜୀବନ ପ୍ରାନ୍ତରୁ

ମହାନ ବ୍ୟକ୍ତିତ୍ୱ ପ୍ରଭୁ ;;

ଦୁଃଖ କୁ ବରଣ କରନ୍ତି ସେ ପୁଣ

ହସଫୁଲ ତୋଳି ବାକୁ !!!


ଆହେ ପିତୃ ଦେବ ଘେନ ମୋ ପ୍ରଣାମ

ସରଗ ପୁରରେ ଥାଇ ;

ତୁମ ଆଶୀର୍ବାଦେ ଅଛୁ ହେ ସୁଖରେ

ମଥା ମୋର ଯାଏ ନଇଁ !!

ଆସନ୍ତ କି ଥରେ ସରାଗ ମନରେ

ସରଗ ପୁର ରୁ ଘରେ ;

ମାଆ ମୋର ବେଶି ହୁଅନ୍ତା ସେ ଖୁସି

ମନ ଖୋଲି ହସି ବାରେ !!

ମୁଁ ଅଧମ ସୁତ ଲେଖିଛି ଏଗୀତ

ସାଦରେ କରିବ ପ୍ରୀତି ;

ସରଗ ପୁର ରେ ଥାଇ ହସିଦେବ

ଅଭୁଲା ରହିବ ସ୍ମୃତି !!




ସଦାନନ୍ଦ ସାହୁ ;କାରାକର୍ମଚାରୀ ;

କେନ୍ଦ୍ରୀୟ କାରାଗାର ; କଟକ ; ଚୌଦ୍ୱାର ;


Rate this content
Log in

Similar oriya poem from Inspirational