ପ୍ରିୟା ତୁମେ ଆସ ଫେରି...
ପ୍ରିୟା ତୁମେ ଆସ ଫେରି...
ତମେ ଗଲା ପରେ
ଆସିନି ମଳୟ, ନା ବସନ୍ତ, ଫଗୁଣ
ଚାହିଁ ଚାହିଁ ଫେରିଯାନ୍ତି ମେଘବଣ
ଚାତକ ପରି ଆଁ କରିଛି
ଏ ମାଟି
ଦୋଷୀ ମୁଁ ଆଜି
ଡ଼ରି ଡ଼ରି ଲୁଚି ଲୁଚି
ଦେଖୁଥାଏ ଝର୍କାବାଟେ
ଶଙ୍କାଲାଗେ ନି:ଶବ୍ଦରେ
ଶୁଣେ ଯେବେ ସ୍ଵର
ଶେଷ ପ୍ରତିଧ୍ବନିର
ନିନ୍ଦୁଛନ୍ତି ମୋତେ ସାରା ବିଶ୍ଵବାସୀ
ମୁଁ କ’ଣ କାରଣ ଏ ବିଡମ୍ବନାର ?
ଅଛ କି ହେ ଆଉ ପ୍ରେୟସୀ?
ହେବକି ଥରୁଟିଏ ମୋ ସାଥି?
ଜିଇଁ ଯିବ ଏ ରୁଗଣ ପୃଥିବୀ
ମିଳନର ବାସ୍ନାରେ ଆଜି ॥