ଆଜି ସଞ୍ଜରେ
ଆଜି ସଞ୍ଜରେ
1 min
6.7K
ଆଜି ସଞ୍ଜରେ
ମୁଁ ଥିଲି
ମନ୍ଦିର ପ୍ରାଙ୍ଗଣରେ,
ଫୁଲମାନେ ହସୁଥିଲେ
ମୋ ଓଠରେ
କିଛି ପ୍ରେମରେ
ଆଉ କିଛି ଛଳନାରେ ।
ଆଜି ସଞ୍ଜରେ
ମୁଁ ଥିଲି
ସବୁଜିମା ବାହୁରେ,
ତାରାମାନେ ଲୁଚିଥିଲେ
ମୋ ଲାଜରେ
କେହି ଜହ୍ନ ଆଢୁଆଳରେ
ଆଉ କେହି
ଚଷମା ତଳ ଆଖିରେ ।
ଆଜି ସଞ୍ଜରେ ,,,