Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Others

5.0  

Panchanan Jena

Others

ସମୟ

ସମୟ

1 min
143


ଘଣ୍ଟା ଚାଲଇ ଟିକ ଟିକ

ସମୟ କହେ ଠିକ ଠିକ ।

ଆଗୁଆ ବେଶୀ ଚାଲିବ ଯିଏ

ଲକ୍ଷ୍ୟ ହାସଲ କରିବ ସିଏ ।

ଥକେନି ସିଏ ଶୁଏନି ସିଏ

ଅନବରତ ଦଉଡୁଥାଏ ।

ମାଗେନି ସନଡ଼େ ମାଗେନା ଛୁଟି 

ମନହରଷେ ଧାଉଁ ଥାଏଟି ।

ସମୟ ସହିତ ତାଳ ଯେ ଦିଏ

ସଫଳତମ ଶିଖର ହାତରେ ପାଏ ।

ହେୟ ମଣଇ ସମୟ ଗାର

ଦୁଃଖେ ବିତଇ ଜୀବନ ତାର ।

ଜୀବନ ତରଙ୍ଗେ ସମୟ ଆହୁଲା

କରୁଥା ନୀତି ହେ ବାବୁଲା କାବୁଲା ।

କର୍ମ କ୍ଷେତ୍ରେ ଉଡ଼ା ସମୟ ନେତ

ଜୀବନ ହୋଇବ ତୋର ଶ୍ରୀକ୍ଷେତ୍ର ।

ସମୟ ଚାଲିଛି ନ କରି ଡେରି

କହି ସଭିଙ୍କୁ କର୍ମ କର ହେରି ।

ଆଳସ୍ୟ ନାସିଲେ ଜୀବନ ହସେ

ସମୟ କୁସୁମେ ମନ ସରଷେ ।

କର୍ମ କରି ଚାଲ ନକରି ଡେରି

ଘଣ୍ଟାକୁ ଘଣ୍ଟା ଶବଦ କରି ।



Rate this content
Log in