ସିନ୍ଦୂର
ସିନ୍ଦୂର
1 min
1.2K
ଟୋପାଏ ସିନ୍ଦୂର ନାରୀଙ୍କ ଜୀବନେ
ଭରି ଦିଏ ହସ ଖୁସି
ନାରୀର ମଥାରେ ସିନ୍ଦୂର ଟୋପାଟି
ସୁଚାଏ ସୌଭାଗ୍ଯବତୀ
ଟୋପାଏ ସିନ୍ଦୂର ବଦଳାଇ ଦିଏ
ରୂପ ରଙ୍ଗ ନାରୀଙ୍କର
ଟୋପାଏ ସିନ୍ଦୂର ପାଇଁ ପରା ନାରୀ
ଛାଡେ ନିଜ ପରିବାର
ଟୋପାଏ ସିନ୍ଦୂର ମଥାରେ ତା ନାଇ
ପର ବି ଆପଣା ହୁଏ
ଟୋପାଏ ସିନ୍ଦୂର ପାଇଁ ସେଇ ନାରୀ
ଜନ୍ମଟି ସାର୍ଥକ ହୁଏ.....
[ ପ୍ରେମ୍ କବି ଜଗବନ୍ଧୁ ସାହୁ ]
[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]