Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeShibanee Das

Inspirational

2  

SushreeShibanee Das

Inspirational

ନିଃଶବ୍ଦତାରେ ବି ଜିଇଁ ହେବ....!!!

ନିଃଶବ୍ଦତାରେ ବି ଜିଇଁ ହେବ....!!!

8 mins
6.8K


ନିଃଶବ୍ଦତାରେ ବି ଜିଇଁ ହେବ,

ଯେଉଁଠି ଜୀବନ ସ୍ଥାଣୁ, ଅଜ୍ଞାତବାସରେ.....! 

ଖୁସିର ଉଦବିଘ୍ନତା ନିର୍ଜୀଵ…..କଷ୍ଟର ବ୍ୟାକୁଳତା ସଂଜ୍ଞାହୀନ,

ଗାଢ଼ ନିର୍ଜନତାର ତମସାରେ ଅନୁଭବ ଆଉ ଆସକ୍ତି ଭିତ୍ତିହୀନ I


ନିରୁଦ୍ଧିଷ୍ଟ ଅସ୍ତିତ୍ୱର ଅମୂଳକ ପ୍ରତିପନ୍ନତାର ଲଖ୍ୟ,

ନାଁ ପାଇବାର ସ୍ପୃହା, ନାଁ ନପାଇବାର ଦୁଃଖ I

ସବୁ ହଳାହଳକୁ ସୁସ୍ୱାଗତ.....

ସେ ପଞ୍ଚଭୂତର ନିରସ୍ତ୍ର ଭୂକଂପ ହେଉ, କି.....

ନିୟତିର ଅଦୃଶ୍ୟ ବାତାୟନ I


ତଥାପି ବି ଜିଇଁ ହେବ,

ଅତୃପ୍ତତାରେ ବି ହସି ହେବ, କାରଣ…..

ଏ ଜୀବନ, ସେ' ଜୀବନ ନୁହେଁ.....

ଯାହାକୁ କି ମୋକ୍ଷର ମୋହ ଆଉ ନିର୍ବାଣର ପ୍ରତୀକ୍ଷା ରହିବ I

ଖାଲି ଯାହା ଶେଷ ନିଶ୍ୱାସ ଯାଏଁ,

କିଛି ଆଖିର ତୁଷ୍ଟି, କିଛି ଓଠର ଖୁସି,

ଆଉ କିଛି ହୃଦୟର ଉଶ୍ୱାସ ହେଇପାରିଲେ ହେଲା.....!!!!!


Rate this content
Log in

Similar oriya poem from Inspirational