ପ୍ରତ୍ୟଭିଜ୍ଞା
ପ୍ରତ୍ୟଭିଜ୍ଞା
ପଛକୁ ବୁଲି ଅନେଇଲେ ଲମ୍ବି ଯାଆନ୍ତି
ଏଇଠୁଁ ଏନ୍ତୁଡ଼ି ଘର ଯାଏଁ; ସ୍ମୃତି ସବୁ;
ଠାଁ କୁ ଠାଁ ମୋ ଦେହରେ ଚିହ୍ନ ତା’ର ସବୁ
ବାରି ହୋଇପଡ଼େ, ଏ ଉତୁରା ଯୌବନରେ;
କେତେ କଥା ଦୁଃଖସୁଖ ସବୁ ଅପାଶୋରା
ଅନଡ଼ୁହୀ ପରାୟେ ପୁନଶ୍ଚ ପାକୁଳେଇ ଯାଏ;
ସ୍ମୃତି କେବେ କଥା ହୁଏ, କବିତା ଆଉ କେବେ
ମୋତେ ବାଲୁରା କରେ ଆଉ ବାତୁଳ କେବେ;
ଏତେଘାନ୍ତି ଶାସନ ତା’ର ମୋ ସାମ୍ରାଜ୍ୟରେ
ସରି ଯାଉଥିବା ଜୀବନ ସଳିତା ସହିତ
ସେ ବି ଜଳେ ଧୁ ଧୁ ହୋଇ, ଅବାଧରେ...!
- ପ୍ରଭୂ