Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Romance

2  

Abhiram Sahoo

Romance

ପାଦରେ ଲାଗୁଛି ଶିଉଳି

ପାଦରେ ଲାଗୁଛି ଶିଉଳି

1 min
6.8K


ତମ ଆସିବାକୁ ଚାହିଁ ଚାହିଁ କେତେ

ଜହ୍ନ ଗଲାଣି ମଉଳି

ତମ ଠିକଣାର ଘର ଖୋଜୁ ଖୋଜୁ

ପାଦରେ ଲାଗୁଛି ଶିଉଳି ।୦।


ତମ ଆସିବାର ଫୁଲପକା ରାତି

ଲୁହରେ ଲୁହରେ ଝରିଲା

ତମ ସପନର ଦୀପରୁ ସଳିତା

ମଉଳି ମଉଳି ଲିଭିଲା

ଚାତକିନୀ ଏଇ ମନ‐ପକ୍ଷୀ ମୋର

ବିଳପେ ଗୁମୁରି ଗୁମୁରି

ପାଦରେ ଲାଗୁଛି ଶିଉଳି ।୧।


ତମ ଦୁଆରକୁ ଯିବାକୁ ଚାହିଁଲେ

ଲାଜ ତ କବାଟ ଖୋଲୁନି

ପବନ ହାତରେ ଚିଠି ଦେଲେ ସେ ତ

ଦେହରୁ ପାଉଣା ଛାଡୁନି

ଲାଜକୁ ଡରି ମୁଁ ଏ କାନି ଖୋସିଲେ

ସେ କାନି ଯାଉଛି ହୁଗୁଳି

ପାଦରେ ଲାଗୁଛି ଶିଉଳି ।୨।


Rate this content
Log in

Similar oriya poem from Romance