Audio

Forum

Read

Contests

Language


Write

Sign in
Wohoo!,
Dear user,
କଥା ଦେଲି ମଥା ଛୁଇଁ
କଥା ଦେଲି ମଥା ଛୁଇଁ
★★★★★

© Prasant Kumar Nath

Romance Others

1 Minutes   6.8K    4


Content Ranking

ଭଲ ମୁଁ ପାଉଛି ହୃଦୟ ଦେଇଲୋ

କଥା ଦେଲି ମଥା ଛୁଇଁ

ଯେତେ ଝଡ ଝଞ୍ଜା ଅସୁମୋ ଜୀବନେ

ତୋତେ ମୁଁ ଭୁଲିବି ନାହିଁ ।

ପାରିବି ସହି ମୁଁ ଦୁଃଖ ଓ ଯନ୍ତ୍ରଣା

ପାଖରେ ଥିଲେ ତୁ ମୋର

ହେଲେ ପାରିବିନି ସହି ମୁଁ ଜମା ଲୋ

ତୋତେ କରିଦେଇ ପର ।

ହୃଦୟରେ ତୋତେ ରଖିବି ସାଇତି

ପ୍ରୀତିର ପରଶ ଦେଇ

ଦୁଃଖରେ କାନ୍ଦିବି ସୁଖରେ ହସିବି

ପ୍ରିୟାଲୋ ତୋହରି ପାଇଁ ।

ତୋ ପାଖରେ ବନ୍ଧା ମନଟା ମୋହର

ହୃଦୟେ ରଖିଛି ତୋତେ

ସବୁବେଳେ ପରା ଥିବି ତୋ ସାଥିରେ

ଭୁଲିବି କେମିତି ସତେ ।

   *****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର

ମୋ-୦୮୮୯୨୪୦୧୧୪୩

ହୃଦୟ ପ୍ରୀତି ସାଥି

Rate the content


Originality
Flow
Language
Cover design

Comments

Post


Some text some message..