Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ମୋ ଗାଆଁରେ ଶୀତ ସକାଳ

ମୋ ଗାଆଁରେ ଶୀତ ସକାଳ

1 min
298


ଶୀତ ସକାଳ ଗାଁରେ ମୋହର

ହୋଇଛି ଆସି ଉଭା

ଫୁଲ ଫଳରେ ସଜେଇ ହୁଏ

ଧରଣୀ ମାଆ ଗଭା ।


ଘାସ ଉପରେ କାକର ପଡି

ଝଟକି ଦିଶୁଅଛି

ସତେ ଯେମିତି କାକର ନୁହେଁ

ମୁକୁତା ସଜେଇଛି ।


ପନି ପରିବା ବାଡ଼ିରେ ହସେ

ସବୁଜ ଦିଶେ ଧରା

ଦେହକୁ ଏବେ ଭଲ ଲାଗୁଛି

ଶୀତ ସକାଳ ଖରା ।


ରାସ୍ତାକଡରେ ନିଆଁ ଲଗେଇ

ହୁଅନ୍ତି ସବୁ ମେଳ

ହାତକୁ ସେକି ଗାଲେ ଥାପନ୍ତି

ଥଣ୍ଡା ହେଲେ ପ୍ରବଳ ।


ସ୍ବେଟର ଆଉ ଚାଦର ଟୋପି

ଦେହ ଘୋଡାଉ ଥାଏ

ଗରମ ଚାହା ପିଇବା ପାଇଁ

ମନଟା ଖୁସି ହୁଏ ।


ଧୂଆଁ ପରିକା ଚାରି ପାଖରୁ

କୁହୁଡି ଆସେ ମାଡି

ପାଣିର ଟୋପା ଏମିତି ଝରେ

ସତେ ବରଷା ଝଡି ।


ଆମ୍ବ ଗଛରେ ମୁରୁକି ହସେ

ହଳଦି ରଙ୍ଗ ବଉଳ 

ଭାରି ନିଆରା ସୁନ୍ଦର ଲାଗେ

ଗାଆଁ ଶୀତ ସକାଳ ।



Rate this content
Log in