Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijaya Ketan Sahu

Others

1.0  

Bijaya Ketan Sahu

Others

ଏତିକି ପ୍ରାର୍ଥନା ଶ୍ରୀପୟରେ

ଏତିକି ପ୍ରାର୍ଥନା ଶ୍ରୀପୟରେ

1 min
1.4K


ଲୋଡ଼ା ନାହିଁ ମୁକ୍ତି ଦିଅ ମୋତେ ଭକ୍ତି

        ଏତିକି ପ୍ରାର୍ଥନା ମୋର

ଜନମେ ଜନମେ ତୁମକୁ ଭଜିବି

     ଏତିକି କାମନା ମୋର... (ଘୋଷା)

ଚୈତନ୍ୟ ଭାବରେ ହେବି ବିଭୋରିତ

            ଭଜୁଥିବି କୃଷ୍ଣ କୃଷ୍ଣ

ତୁମରି ପ୍ରେମରେ ମୋ ହୃଦ ବନରେ

     ବାଜିଉଠୁ ବଂଶୀ ସ୍ଵନ

ନାମ ସଂକୀର୍ତ୍ତନେ ନାଚୁଥିବି ସଦା

         ଢାଳି ଭକ୍ତି ଅଶ୍ରୁ ନୀର 

ଏତିକି ପ୍ରାର୍ଥନା ମୋର (୧)

ସୁଖ ଲୋଡ଼ା ନାହିଁ ଦିଅ ଦୁଃଖ ମୋତେ

        ଏଇ ମୋ ମନ ବାସନା

ସୁଖରେ ତୁମକୁ ଭୁଲିଯିବି ଅବା

      ଦୁଃଖରେ ଭଜିବି ସିନା

ଏହି ଆଶୀର୍ବାଦ ଦିଅ ମହାପ୍ରଭୁ

           ପୂଜୁଥିବି ଶ୍ରୀପୟର

 ଏତିକି ପ୍ରାର୍ଥନା ମୋର..... (୨)


Rate this content
Log in