ମଲାଜହ୍ନ ର ମନ କଥା
ମଲାଜହ୍ନ ର ମନ କଥା
1 min
193
ଇପ୍ସିତ କାମନା ଖୋଜେ ପ୍ରିତି କୋଳ
ତୁମ ସୁଶୀତଳ ଛାୟା
ଜ୍ଜଳନ ଜିଗ୍ୟାଂସା ଜୋଛନା ରେ ଜାଳେ
ସରିଲାଣି ମୋହ ମାୟା...
ପାହୁଣ୍ଡେ ଆୟୁଷ ପ୍ରଦୂଷିତ ଆଜି
କଳଙ୍କ କାଳିମା ବୋଳି
ସୁନ୍ଦରତା ଅଙ୍କେ କେତେ ବା ସାଜିବି
ପାରିବେନି କେହି ତୋଳି..
ଇଛା ଆଶା ସବୁ ମରି ପଡିଛନ୍ତି
ସମୟ ର ପଥ ଧାରେ
ମିଛ ଗଳ୍ପ ସାଜି ପ୍ରେମ ଉତ୍ସ୍ୱର୍ଗ ର
ଆଇ ମା' ଗପ ମୁଣି ରେ...
ନୁହେଁ ମୁଁ ପ୍ରେମିକା ଅଳସୀ କଇଁ ର
ଅବା ଘରଣୀ ଆକାଶ ର
ପିଣ୍ଡ -ପ୍ରାଣ ଏଠି କପଟ ରଚନ୍ତି
ହୃଦୟ ହେବ କାହାର..
ହସୁଛି ଯେ ସଦା ଦୁଃଖି ମନ ନେଇ
ପାରୁନି କା ଆଗେ କହି
ସେପାଇଁ ତରଳି ଶୀତଳ କିରଣେ
ଶୁଷ୍କ ଓଠ ଯାଏ ଛୁଇଁ ...
ଦେଖେନି କେହି ବି ମୋ ବିବଶ ପ୍ରାଣ
ବଞ୍ଚିଛି ମୁଁ ମରି ସାରି
ମରିବା ଲୋକ କି ମରିବାକୁ ଡରେ
ମୃତ୍ୟୁଞ୍ଜୟୀ ପ୍ରେମ ପରି...
କି କହିବି ମୋର ମଲା ମନ କଥା
ଧୂସର କାହାଣୀ ସିଏ
ନିରବଚ୍ଛିନ୍ନ ନିଶାନ୍ତ ପ୍ରହରେ
ନିରବତା ପ୍ରାଣେ ଥାଏ...
ପ୍ରତି ଜ୍ୱୋସ୍ନା ମୋର ହଳାହଳ ବିଷ
ବିରହି ହୃଦୟେ ପିଏ
ମୋ ବେଦନା ର ରାଗିଣୀ ମୂର୍ଛନା
କୁମ୍ଭାଟୁଆ ନିତି ଗାଏ...
ଅକୁହା କଥାକୁ ଅବଗୁଣ୍ଠନ ରେ
ସାଇତେ ଫଗୁଣ ପାଇଁ
ମଳୟ ପରଶେ କେବେ କେଉଁ ଦିନ
ଫୁଟିବ ସେ ଫୁଲ ହୋଇ...
ଆଶା ତରୁଣୀ ମୋ ଟାଣେ ଇନ୍ଦ୍ରଧନୁ
ରଂଗୀନ ସପନ ଥୋଇ
ରାତ୍ରୀ ର ନିର୍ଜନ ବହଳ ନିଶ୍ୱାଃସ
ପାରିବ କି ସବୁ ଧୋଇ...
ଅବାସ୍ତବ ତୁମ କଲମ ମୁନରେ
ଚିତ୍ରିତ ଅପୂର୍ଣ୍ଣ ଛବି
ନିରବେ ନିରେଖି ପରଖିଲେ ଜାଣିବ
ସାଇତା ମୁଁ କୁଆଁରୀ ଦେବୀ...
ମଲାଜହ୍ନ ର ଏ ମନ କଥା କିଛି
କାଲି କୁ ସମ୍ବଳ ଥାଉ
ପାହାନ୍ତି ପ୍ରହର ଅବଶ ହେଲାଣି
ସଅଳ ଶେଯ କୁ ଯାଉ....