କବି ପ୍ରଣାମ
କବି ପ୍ରଣାମ
ହେ ବିଶ୍ଵକବି, ତବ ଜନମର ଦିନେ
ମାତିଅଛି ସାରା ବିଶ୍ୱଭୂବନ
ଆଜି ତବ ଆବାହନେ।
ଆସ କବିଗୁରୁ, ଫେରି ପୂନର୍ବାର
ଆସ ହେ ସାହିତ୍ୟ ସିନ୍ଧୁ
ଆଜି ମୁମୂର୍ଷୁ ସାହିତ୍ୟ ଜଗତେ
ପ୍ରାଣ ଦିଅ କୃପାସିନ୍ଧୁ।
ତବ ଶ୍ରୀଚରଣେ ହଜାର ପ୍ରଣାମ
ମଧ୍ୟ ଗଗନ ରବି।
ତବ କିରଣରେ ବିଭାବସୁ ମ୍ଳାନ
ସର୍ବଯୁଗର କବି।