Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଶୁଆକହେ ଶାରୀଲୋ

ଶୁଆକହେ ଶାରୀଲୋ

1 min
6.6K


ପ୍ରମୋଦ କୁମାର ଜେନା


ବଳ ବୋଲି ୟାଙ୍କ କାଣିଚାଏ ନlହିଁ

ପିମ୍ପୁଡି ମାରୁଛି ଚୋଟ

ପୁରୁଷ ବାଘ ପୁଣି ସିଂହର ବଳ

ମାରନ୍ତି ତୁଚ୍ଛା କୁହାଟ l


ପାଟି ପାକୁଳିବା ଗାଈଠୁ ଶିଖିଲି

ଚୋବାନ୍ତି ସଭିଏଁ ପାନ

କୁକୁରଙ୍କ ଭଳି ଶୁଙ୍ଘି ଶୁଙ୍ଘି ଏବେ

ଖୋଜନ୍ତି ମଦ ଦୋକାନ l


ଓଟଠୁ ଶିଖିଲେ ହେୟାର କଟିଙ୍ଗ

ଛେଳିଠୁ ଶିଖିଲେ ଦାଢୀ

ଦିନ କେତେ ଗଲେ ଲଙ୍ଗଳା ବୁଲିବେ

ଫିଙ୍ଗି ଲୁଗାପଟା ଶାଢୀ l


ମୟୁର ଭଳିଆ ସୁନ୍ଦର ନୁହେଁ ଲୋ

ନାଆଁ ତା କଜଳପାତି

ଛୋଟ ପକ୍ଷୀ ହୋଇ ମଣିଷ ଜାତିକୁ

ଶିଖାଇଲା ରାଜନୀତି l


ବୁଢା ମାଙ୍କଡଠୁ ଝାମ୍ପିବା ଶିଖିଲେ

କାଉଠୁ ଶିଖିଲେ ମେଳି

ରକତ ଶୋଷିବା ମଶା ଶିଖେଇଲେ

ବିଲେଇ ପାଖରୁ କଳି l


ପଶୁ ପକ୍ଷୀଙ୍କଠୁ ବୁଦ୍ଧି ଚୋରି କରି

କରନ୍ତି ତାଙ୍କ ଶିକାର

ଯାହାଠୁ ପାଇବେ ତାଙ୍କୁ ବୁଡେଇବେ

ଦି ଗୋଡ଼ିଆ ସ୍ଵାର୍ଥପର l


ବଳ ଓ ବୟସ ମଣିଷ ପାଖରୁ

ଦିଅନ୍ତି ଠାକୁର କାଢି

ଭାତ ମୁଠେ ପାଇଁ ପୁଆ ବୋହୁ ପାଖେ

ପଡିବାକୁ ପେଚା ଭଳି l


Rate this content
Log in

Similar oriya poem from Classics