Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SushreeShibanee Das

Others

2  

SushreeShibanee Das

Others

ମୌନ ସାଧନ

ମୌନ ସାଧନ

1 min
6.8K


ଆଉ ଟିକେ, ଅପେକ୍ଷା କର.......,

ଏଥର ନିଶ୍ଚୟ ବିହର୍ଷତା ର ବିରାମ ଘଟିବ,

ପୁଣି ଚେଇଁ ଉଠିବ ଚିତ୍ତ, ଜିଇଁବାର ସ୍ୱାଦ ଉନ୍ମୁକ୍ତ ହେବ I


ଆଉ ପାଦେ ଆଗେଇ ଚାଲ, ଏଥର ବୋଧେ କୂଳ ଛୁଇଁହେବ,

ଚାଲୁଥା..ଈପ୍ପସିତ ଠିକଣା ସଂଧାନେ,

କେଉଁଠି ତ ସେ ପଥ ନିଶ୍ଚୟ ମିଳିବ I


ବାରମ୍ବାର ମନେ ପକା, ବିବର୍ଣ୍ଣ ମନରେ ତୋ.......

କିଛି ତ ଆଶା ଟେ ବଂଚିଥିବ,

ଆଉ ନିମିଷେ ପ୍ରତୀକ୍ଷା କର,

ଏଥର ସାହାରା ତୋତେ ଖୋଜିଖୋଜି ଆସୁଥିବ I


ଅମ୍ବର ବକ୍ଷରେ, ଘନ ବଉଦ ତଳୁ, 

ନିଶ୍ଚେ ଆଲୋକଊର୍ମି ମୁକୁରିତ ହେବ,

ଏ ନିଶୀଥ-ତାମସା କୁ ଲଢ଼ିବା ପାଇଁ, 

କେଉଁଠି ତ ଦ୍ୱୀପ ଟିଏ ଜଳୁଥିବ I


ଆଉ ଗୋଟିଏ ପ୍ରହର ଚାହିଁ ଥା,

ବିଭାବସୁ ସ୍ୱର୍ଣ୍ଣଜ୍ଜ୍ୱଳ ଜ୍ୟୋସ୍ନା ଆଭାସିବ,

ନିଦାଘେ ଉତ୍ତପ୍ତ ମରୁବକ୍ଷରେ,

କେଉଁଠି ତ ନୀର ନିର୍ଝର ଟେ ଥିବ I


ଆଉ ଟିକେ, ଅପେକ୍ଷା କର.................,

ପୁଣି, ଜରାସ୍ନାତ ସ୍ଥବିରତା ର ପୁନର୍ଜନ୍ମ ହେବ,                        ଚେଇଁ ଉଠିବ ଚିତ୍ତ, ଜିଇଁବାର ସ୍ୱାଦ ଉନ୍ମୁକ୍ତ ହେବ I   


Rate this content
Log in