ମୃଗନୟନୀ-୧୦
ମୃଗନୟନୀ-୧୦
1 min
6.9K
-
ମୃଗନୟନୀ-୧୦
ଖାସ ସେଇଥିପାଇଁ ମନପକାଏ ତୁମକୁ
ଆଲିଙ୍ଗନ କରେ ଆକାଶ, ଜହ୍ନ, ତାରା, ବର୍ଷା, ପବନ ଓ ମାଟିକୁ ।
ପାହାଡ଼ କହେ !
ତମେ ଭୁଲି ଗଲଣି କେବେଠୁ,
ସହରୀ ସଭ୍ୟତା ଓ ଆଧୁନିକତାର ବୁଢ଼ୀ ଅସୁରୁଣୀ କବଳରେ
କବଳିତ ବନ୍ଦିନୀ ଯେ ତୁମେ...
ପତ୍ରହରା ବୃକ୍ଷ ଯେ କହେ !
ଭୁଲିବାର ତୁମ ଅଭ୍ୟାସ...
ମେଘ କହେ ତୁମକୁ ବିଜୁଳି,
ନିମିଷକେ ଝଲକ, ନିମିଷକେ ହୋଇ ଯାଅ
ଉଭାନ ଆକାଶେ...
ହେଲେ ବିଚରା ମନ ମାନେନି
ତଥାପି କୁହେ ତୁମକୁ ମୋ ପ୍ରିୟତମା
"ମୃଗନୟନୀ" ।
କାଶ୍ୟପ । ରାମ ବିଶୋଇ, ରାତ୍ର-୧୧-୫୫ ମିନିଟ, ତା-୦୭-୧୨-୧୬, ରାୟଗଡା ।