Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ହେ ମହାପ୍ରଭୁ

ହେ ମହାପ୍ରଭୁ

1 min
6.8K


ବଣିଟିଏ ମୋତେ କର ମହାପ୍ରଭୁ

ବଣିଟିଏ ମୋତେ କର ।

ଉଡି ଉଡି ବୁଲି ନୀଳ ଗଗନରେ

ଦେଖିବି ସୁନା ସଂସାର ।

କପୋତ ଗୋଟିଏ କର ମହାପ୍ରଭୁ

କପୋତ ଗୋଟିଏ କର ।

ଶାନ୍ତିର ବାରତା ଦେଇ ବୁଲୁଥିବି

ଶାନ୍ତି ହେବ ଏ ସଂସାର ।

ଛୋଟ ତରୁଟିଏ କର ମହାପ୍ରଭୁ

ଛୋଟ ତରୁଟିଏ କର ।

ଦେଉଥିବି ସଦା ଅମ୍ଳଜାନ ମୁହିଁ

ବଞ୍ଚିବେ ପ୍ରାଣୀ ଇତର ।

କ୍ଷୁଦ୍ର ବାରିଧାରା କର ମହାପ୍ରଭୁ

କ୍ଷୁଦ୍ର ବାରିଧାରା କର ।

ବାଣ୍ଟି ଚାଲୁଥିବି ସୁଶୀତଳ ଜଳ

ନ ଭାବି କାହାକୁ ପର ।

ପୁଷ୍ପ ତୁମେ ମୋତେ କର ମହାପ୍ରଭୁ

ପୁଷ୍ପ ତୁମେ ମୋତେ କର ।

ଛୁଟାଉଥିବି ମୁଁ ବାସନା ମୋହର

ଜଗତ ହେବ ମଧୁର ।

ଛୋଟ ପ୍ରଦୀପଟେ କର ହେ ଠାକୁରେ

ଛୋଟ ପ୍ରଦୀପଟେ କର ।

ପ୍ରଜ୍ଜ୍ବଳିତ ହୋଇ ପର ଉପକାରେ

ଦୂର କରିବି ଅନ୍ଧାର ।

କ୍ଷୁଦ୍ର କୂୂୂପଟିଏ କର ମହାପ୍ରଭୁ

କ୍ଷୁଦ୍ର କୂୂୂପଟିଏ କର।

ମୋର ଜଳ ନେଇ ସେ କୃଷକ ଭାଇ

ଯୋଗାଉଥିିବ ଆହାର ।

ସୁପଥଟିଏ କର ମୋତେ ପ୍ରଭୁ

ସୁପଥଟି ମୋତେ କର।

ମୋର ପଥେ ଚାଲି ପଥିକ ଭାଇନା

ଲଭିବ ମୁୁୁୁକ୍ତି ଅସାର।

ଏତିକି ପ୍ରାର୍ଥନା ତୁମ୍ଭରି ଚରଣେ

କରୁଅଛିି ମହାବାହୁ ।

ଟିକି ସନ୍ତାନ ମୁଁ ତୁମ୍ଭର ସୃଷ୍ଟିର

ଧ୍ୟାନ ତୁମ ପାଦେ ଥାଉ ।

*******


ଶ୍ରୀ ଡମ୍ବରୁଧର ବାଗ

dambarudhar11@gmail.com

phone No.9178225764


Rate this content
Log in