ଡାକୁଥିଲେ ଯଦି ଆସୁଥାନ୍ତ ତୁମେ
ଡାକୁଥିଲେ ଯଦି ଆସୁଥାନ୍ତ ତୁମେ
ଡାକୁଥିଲେ ଯଦି ଆସୁଥାନ୍ତ ତୁମେ
ଡାକୁଥାନ୍ତେ ସର୍ବେ ବସି
ଦେଉଥିଲେ ଯଦି ଖାଉଥାନ୍ତ ତୁମେ
ରୁହନ୍ତାନି କିଛି ବାସି
ତମେ ହିଁ ଆସୁଛ ତୁମ ଇଛା ମୋତେ
କେତେବେଳେ କେଉଁ ଭାବେ
ସାଲବେଗ ଡାକ ଦାସିଆ ବାଉରି
ଜାଣିନି ହେବକି କେବେ
ପିନ୍ଧିଛୁ ଗେରୁଆ ଦେଉଛୁ ତୁଳସୀ
ନୈବେଦ୍ୟରେ କେତେ ଭୋଗ
ଭକ୍ତି ରସ ଆମ ଭରୁ ନାହିଁ କିବା
ମନରେ ଭରିଛ କ୍ଷୋଭ
ସାଜ ସଜା ଏବେ ଆଗଠାରୁ ବଳି
କର୍ପୁରକୁ କାଠ ଝୁଣା
ତଥାପି ହେ ସାଇଁ ହେଳାକର କାହିଁ
ହୁଅନାହିଁ ବିବୋଧନା
ବଗିଚା ନାହିଁ ଯେ ରାତି ଅନ୍ଧାରରୁ
ବୁଲୁଥାଉ ଘରଘର
ପାଇବାକୁ ଫୁଲ ତୁଳସୀ କୁସୁମ
ମଣ୍ଡିବାକୁ ତୋର ଶିର
ଦେବି ବୋଲି ଘିଅ ନାଗୁଆ କରିଛି
ମାରୁଛି ସର ଲବଣୀ
ଶ୍ରୀ ପୟରେ ତୋର ଗୁଆଘିଅ ଦୀପ
ସରାଗେ ସୁଗନ୍ଧ ଆଣି
ତୋର ନାମ ନେଇ ଭଜନ କରୁଛି
ଦୟା ହେବ ବୋଲି ଥରେ
ଜାଣିନି ସେ ଭାବ କେମିତି ଆସିବ
ଯେଉଁ ଭାବ ତୋତେ ଭରେ