Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Inspirational Abstract Others

2  

Tapan Dixit

Inspirational Abstract Others

ରାତିଏ ଆୟୁଷ ଦେଵି

ରାତିଏ ଆୟୁଷ ଦେଵି

1 min
7.1K


ରାତିଏ ଆୟୁଷ ଦେଵି

ଛୁଇଁ ଦେଖ୍ ଥରେ 

ସାରା ରାତି ସପନକୁ 

କରିଦେବି ତୋରି ନାଁ ରେ,

ଦୀପ ଟିଏ ଜାଳି ଦେଖ୍

ହୃଦୟ ବେଦୀରେ

ତୋ ନାମକୁ ଲେଖିଦେବି

ସାରା ଶତାବ୍ଦୀରେ,

ମରଣ ବୀଣାରେ ଦେଇ 

ଜନ୍ମର ଝଙ୍କାର...…

ଜରା ଦେହେ ଆଣିଦେବି

ଯୌବନ ଜୁଆର,

ରାତି ଟା ହେଲାଣି ବେଶୀ

ଚାହିଁ ଦେଖ୍ 

ଆକାଶରୁ ....ଲଞ୍ଜା ତାରା ଖସେ.....

କହିଦେ ତୁ ରାମ୍ ରାମ୍ 

ଆଜିର ଆୟୁଷେ ।।

ତପନ ଦୀକ୍ଷିତ(ବେଳାଭୂମି)


Rate this content
Log in