ମୁଁ ବିଶ୍ବକର୍ମାର ବଂଶଧର
ମୁଁ ବିଶ୍ବକର୍ମାର ବଂଶଧର
ପଙ୍କଜିନୀ ଉପାଧ୍ଯାୟ ( ମିତା )
ଅରଙ୍ଗାବାଦ
..........
ବିଶ୍ବକର୍ମାର ମୁହିଁ ବଂଶଧର
ଗଢିଛି ହାତରେ ମୋର ବାସର।
କାଠି କୁଟା ମୋର କାନ୍ଥ ଘରର
ଅର୍ଥର ପ୍ରାଚୁର୍ଯ୍ଯ କି ଦରକାର।
ପରିଶ୍ରମ ଲବ୍ଧ ପ୍ରାସାଦ ମୋର
ଝଡି ବତାସକୁ ନାହିଁ ତ ଡର ।
ବନ୍ୟା ବେଳେ ମୁହିଁ ସୁଖରେ ଥାଏ
ବାତ୍ୟାରେ ଗଛରେ ଦୋହଲୁ ଥାଏ।
ଆକାଶ ପାଖରେ ଘର ମୋହର
ଦେବ ଲୋକ ସାଥେ ଦେଖା ସତ୍ତ୍ବର।
ସ୍ବାମୀ ସାଥେ ମୋର ସୁଖର ଘର
ପିଲାମାନେ ମୋର ବଡ ସୁଧାର ।
ପାଇଛନ୍ତି ସିଏ ମୋର ସଂସ୍କାର
ଦୁଃଖରେ ହେବେନି ଜମା କାତର।
ସୁଖରେ ନ ହେବେ କେବେ ଚାତର
ହସଖୁସି ଭରା ସଂସାର ମୋର।
ଛୋଟିଆ ଜୀବ ମୁଁ ବାଇଆ ପକ୍ଷୀ
ଜୀବନ ଯୁଦ୍ଧର ପରମ ସାକ୍ଷୀ ।
ସୂର୍ଯ୍ଯର ତେଜରେ ମୁଁ ତେଜିୟାନ
କି କରି ପାରିବ ଝଡ ତୋଫାନ।
ଅଳପେ ସନ୍ତୁଷ୍ଟ ଜୀବନ ତରୀ
ଅଭାବ କଷଣ ପାରେନା ଧରି।
ଧମକ ଚମକ ମୋ ପାଇଁ ତୁଚ୍ଛ
ଉଡିଯାଏ ମୁହିଁ ହଲାଇ ପୁଚ୍ଛ।
ଘର କରି ନାହିଁ ସଦ୍ଯ ଦରବେ
ଫୋପଡା ଚିଜ ଲଗାଏ ଆଗେ।
ରାଜାଠାରୁ ବଡ ମୋହର ମନ
ଦିନରେ ଦେଖଇ ନିତି ସପନ।
ଆଜିରେ ଏତିକି ଅଟକିଗଲି
କାମ ମୋର ଅଛି ବିଦାୟ ନେଲି।
ସମୟ ସହିତ ହେବ ସାକ୍ଷାତ
ନେଉଛି ବିଦାୟ ପରାଣ ମିତ।