ଜୀବନର ଅବସ୍ଥା
ଜୀବନର ଅବସ୍ଥା
ପ୍ରଥମେ ମଣିଷ ଧରିତ୍ରୀକୁ ଆସେ
ଦୁନିଆ ଦେଖିବା ପାଇଁ
ବୃଦ୍ଧା ହେବା ଯାଏ ମଣିଷ ଜନମ
କହନ୍ତି ଜଗତ ସ୍ୱାଇଁ ।
ପ୍ରଥମା ବସ୍ତାରେ ଚଲା ବୁଲା ଶିଖି
ଦୁଷ୍ଟାମୀ ରେ ଯାଏ ଦିନ
ବିଦ୍ୟାଳୟକୁ ଚାଲି ଗଲା ପରେ
ପାଠରେ ଲାଗଇ ମନ ।
ତା ପରେ ପରେ ରୋଜଗାର ପନ୍ଥା
ଖୋଜିବାକୁ ପଡେ ଜୀବନରେ
ନିଜ ଖୁସି ଛାଡି ସ୍ତ୍ରୀ ପିଲା କଥା
ଘାରୁ ଥାଏ ଖାଲି ମନରେ ।
ପୁଅ ବାହା ଘର ଝିଅ ବାହାଘର
ସରି ଗଲେ ଦୁଃଖ ଗଲା
ସେହି ସମୟରେ ନିଜ ଯୌବନର
ଅନ୍ତ ହୋଇଲା ।
ନାତି ନାତୁଣୀଙ୍କୁ ଗୋପ ଶୁଣେଇବାକୁ
ପାଳି ଆସଇ ଶେଷରେ ।
ନାତି ନାତୁଣୀଙ୍କୁ କେମିତି ହସେଇବି
ସେଇଟା ଥାଏ ଖାଲି ମନରେ ।
ଶେଷ ନିଶ୍ୱାସ ଚାଲିଯିବା ଆଗରୁ
ଇଛା ହୁଏ ରାମ ଭଜିବାକୁ
ସବୁ ମୋହ ମାୟା ଛାଡ଼ିଦେଇ
ଚାଲି ଯିବା ପାଇଁ ସ୍ୱର୍ଗକୁ ।