Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Fantasy Abstract

2.5  

Dr Susmita Dash

Fantasy Abstract

ସପନର ରାଇଜ

ସପନର ରାଇଜ

1 min
1.3K


ବେଳେବେଳେ ଖୁବ୍ ଇଚ୍ଛା ହୁଏ,

ପାହାନ୍ତାନି କି ଏ ରାତି

ତୁମେ ଏମିତି ଶୋଇଥାଆନ୍ତ ମୋ ପାଖରେ,

ଧରି ଥାଆନ୍ତି ତୁମ ହାତକୁ ଓ 

ଆମେ ବୁଲନ୍ତେ ସ୍ୱପ୍ନରାଜ୍ୟରେ |

ଆବୋରି ନେଉଛ ମୋତେ

ପାରୁଛି ଅନୁଭବ କରି ତୁମ ଉଷୁମ ନିବିଡତା,

ତୁମ ବାସ୍ନାର ଇଲାକାରେ ପ୍ରେମର ଉତ୍ତାଳ ମୋହ

ରଜନୀର ବହଳ ଅନ୍ଧାର ଓ ମୋହଚ୍ଛନ୍ନ ନୀରବତା |

ହେଲେ ସୂର୍ଯ୍ୟ ଉଇଁବା ନିଶ୍ଚିତ

ପୁଣି ସେ ପୁରୁଣା ଭୟର ଆଗମନ,

ଦିନତମାମ୍ କର୍ମମୟ ଜୀବନ

ସେହି ରାଗ,ରୋଷ,ଅଭିମାନ |

ପ୍ରକୃତରେ କିଛି ତ ବଦଳିନି, 

ତୁମ କଥା,ସ୍ପର୍ଶ କି ଚାହାଣି,

ପୁଣି ଅପେକ୍ଷା ସେଇ ରାତ୍ରିର

ଆଉ ଏକ ସୁନ୍ଦର ସ୍ୱପ୍ନ ରାଇଜର |


Rate this content
Log in

Similar oriya poem from Fantasy