ଚିଠି ମୋର ହଜିଗଲା
ଚିଠି ମୋର ହଜିଗଲା
1 min
424
ଚିଠି ମୋର ଆସିଲାନି ଆସିବାର
ଥିଲା ଆରେ ପୋଷ୍ଟଵାଲା
ଠିକଣା କି ଭୁଲ ହେଇଗଲା ମୋର
ଶୁଣ ହେ ମୋ ଡାକ ବାଲା
ଚାହିଁକି ବସିଛି ଚିଠିକୁ ମୋର
କେତେ ଦିନ ଖୋଜୁଛି
ପାଉନି ଚିଠି କୋଉଦିନୁ ଆସିଥିଲା
ଚିଠି ମୋର ହଜିଯାଇଛି
ହୃଦୟରେ ମୋର ଅସାର କୋହ
କେତେସବୁ କଥା ଭାବି
କେମିତି ଜାଣିବି ଭଲରେ ଅଛ ନା
କେମିତି ଚିଠି ଦେବି
ପାଗଳ ପ୍ରାୟ ମୁଁ ଚିଠି ଲେଖିଥିଲି
ଯେତେସବୁ ତୁମପାଇଁ
ହେଲେ ଚିଠି କେମିତି ଦେବି ତମକୁ
ଠିକଣା ତ ପ୍ରାୟ ନାହିଁ
ହୃଦୟରେ ତୁମେ ସାରା ଜୀବନ
କରିବନି ମୋତେ ପର
କହରେ ଡାକ ବାଲା ଦେଇ ପାରିବ
ଜାଗା ଠିକଣା ତାଙ୍କର